ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କାଶୀପୁର ପ୍ରସଙ୍ଗ ସଂସଦରେ ଉଠିବ। ଏହି ପ୍ରସଙ୍ଗ କୋରାପୁଟ ସାଂସଦ ସପ୍ତଗିରି ଉଲାକା ସଂସଦ ରେ ଉଠାଇବେ ବୋଲି କହିଛନ୍ତି । ଡିଏମଏଫ ପାଣ୍ଠିରେ କୋଟି କୋଟି ଖର୍ଚ୍ଚ ହେଉଛି । ହେଲେ ରାୟଗଡାବାସୀଙ୍କ ପାନୀୟ ଜଳ ସମସ୍ୟାର ସମାଧାନ ହେଉନି ବୋଲି ସେ କହିଛନ୍ତି ।କାଶୀପୁରରେ ସମସ୍ତ ପଞ୍ଚାୟତରେ ପିଇବା ପାଣିର ବ୍ୟବସ୍ଥା, ରାୟଗଡାରେ ନମୁନା ପରୀକ୍ଷା ପାଇଁ ଆରଏମଆରସି ଲାବରେଟରି ସ୍ଥାପନ କରିବା ଆବଶ୍ୟକ ବୋଲି ସପ୍ତଗିରି ଉଲାକା କହିଛନ୍ତି ।ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟିଦେବା ଆବଶ୍ୟକ ବୋଲି କହିଛନ୍ତି ସାଂସଦ ଉଲାକା ।

ସୂଚନା ଅନୁସାରେ କାଶୀପୁର ରେ ଦୂଷିତ ଜଳ ପିଇବା ଫଳରେ ସେଠାରେ ପ୍ରଥମେ ଲୋକଙ୍କ ମଧ୍ୟରେ ଝାଡା ବାନ୍ତି ଦେଖାଯାଇଥିଲା। ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ କାଶୀପୁର ର ୮ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଅନେକ ଅସୁସ୍ଥ ହୋଇ ଚିକିତ୍ସାଧୀନ ଅଛନ୍ତି। ତେବେ ଏହି ଘଟଣା ସାମ୍ନାକୁ ଆସିବାପରେ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍ ଘଟଣା ଉପରେ ନଜର ରଖିଥିବା ସୂଚନା ମିଳିଛି।