ଆଉ କଂଗ୍ରେସ ଭିତରେ ନୁହେଁ , ଏଣିକି ମୋଦି ଓ ନବୀନ ସରକାର ବିରୋଧରେ ଲଢେଇ କରିବ କଂଗ୍ରେସ : ସପ୍ତଗିରି ଉଲ୍ଲାକା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟ କଂଗ୍ରେସ ମଧ୍ୟରେ ଦେଖାଦେଇଥିବା ତିକ୍ତତା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା । ସେ ସ୍ପଷ୍ଟ କରିଛନ୍ତି ଯେ, ଦଳ ଭିତରେ ଥିବା କନ୍ଦଳ ଦୂର ହୋଇଛି । ଆଗକୁ ଆମେ ସମସ୍ତେ ମିଶି କାମ କରିବୁ। ଏଣିକି ଦଳ ମଧ୍ୟରେ ନୁହେଁ ବରଂ ମୋଦି ଓ ନବୀନ ସରକାର ବିରୋଧରେ କଂଗ୍ରେସ ଲଢେଇ କରିବ ବୋଲି ସପ୍ତଗିରି ଉଲାକା କହିଛନ୍ତି। 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ ଘର କଳି ଯୋଗୁଁ ଲୋକଙ୍କ ଉପରେ ଅନେକ ପ୍ରଭାବ ପଡୁଛି। ପ୍ରଭାରୀ ଚେଲା କୁମାରଙ୍କୁ ସମସ୍ତେ ନିଜ ନିଜ ଅଭିଯୋଗ ସମ୍ପର୍କରେ ଜଣାଇଛନ୍ତି ଏବଂ ଆଗକୁ ସମସ୍ତେ ଏକାଠି ହୋଇ ଲଢିବୁ ବୋଲି ସେ କହିଛନ୍ତି।’

ଅପରପକ୍ଷରେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ବିରୋଧରେ ଜଣେ ମହିଳା ଆଣିଥିବା ଅଭିଯୋଗକୁ ସେ ଅତ୍ୟନ୍ତ ଗୁରୁତର ବୋଲି କହିବା ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହାର ସତ୍ୟତା କେତେ ସେ ଜାଣି ନାହାନ୍ତି। କିନ୍ତୁ, ନିଜକୁ ସ୍ବଚ୍ଛ ବୋଲି କହୁଥିବା ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ କରି ମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ଦାବି କରିଛନ୍ତି।

ସୂଚନା ଥାଉକି , କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କରିଥିବା ପ୍ରେସମିଟକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଡକାଯାଇ ନଥିବାରୁ କିଛି ଦିନ ପୂର୍ବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ବିଷୋଦଗାର କରିଥିଲେ କୋରାପୁଟ ଜିଲ୍ଲା ସଭାପତି ମିନାକ୍ଷୀ ବାହିନିପତି।  ପିସିସି ସଭାପତି ଏ ଦିଗ ପ୍ରତି ଦୃଷ୍ଟି ନଦେଲେ ନିଜ ସମର୍ଥକଙ୍କ ସହ ସେ ଇସ୍ତଫା ଦେବେ ବୋଲି ଧମକ ଦେଇଥିଲେ।

ମୀନାକ୍ଷୀ କହିଥିଲେ, ସେହି ପ୍ରେଟସମିଟ୍‌ରେ ଜିଲ୍ଲାର ସମସ୍ତ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ହେଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଡକାଯାଇ ନଥିଲା। ଏନେଇ ତାରା ବିହୀନ ପତିଙ୍କ ନିକଟରେ କିଛି ଖବର ନଥିଲା। ଏମିତି ହେଲେ କୋରାପୁଟ ଜିଲ୍ଲାରେ କଂଗ୍ରେସ କ୍ଷତିଗ୍ରସ୍ତ ହେବ ବୋଲି ସେ କହିଥିଲେ । ତେବେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲା କୁମାରକୁମାରଙ୍କ ସହ ଆଲୋଚନା ପରେ ଝଗଡ଼ାର ସମାଧାନ ହୋଇଯାଇଛି ବୋଲି ଗତକାଲି ତାରା ବିହୀନ ପତି କହିଥିଲେ। 

Related Posts