ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତର ବ୍ୟବସାୟୀ ଗୌତମ ଆଦାନୀ ମାଇକ୍ରୋସଫ୍ଟ ର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଙ୍କୁ ପଛରେ ପକାଇ, ବିଶ୍ଵ ର ୪ ନମ୍ବର ଧନୀ ବ୍ୟକ୍ତି ହୋଇଛନ୍ତି। ଫୋର୍ବସ ରିଏଲ୍ ଟାଇମ୍ ବିଲିଓନାରିଜ୍ ଲିଷ୍ଟ୍ ଅନୁସାରେ ଗୌତମଙ୍କ ସମ୍ପତ୍ତିର ମୂଲ୍ୟ ୧୧୫.୫ ବିଲିଅନ ଡଲାରରେ ପହଞ୍ଚିଛି। ଏହା ସହ ସେ ବିଶ୍ଵର ଧନୀ ତାଲିକାର ଚତୁର୍ଥ ସ୍ଥାନକୁ ଉଠିଛନ୍ତି। ଏହି ସ୍ଥାନରେ ପୂର୍ବରୁ ୧୦୪.୬ ବିଲିଅନ ଡଲାର ସମ୍ପତି ସହ ଥିବା ବିଲ୍ ଗେଟ୍ସଙ୍କୁ ସେ ପଛରେ ପକାଇଛନ୍ତି। ତେବେ ଏହି ତାଲିକାରେ ଭାରତର ଅନ୍ୟତମ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ୯୦ ବିଲିଅନ ଡଲାର ସମ୍ପତି ସହ ଦଶମ ସ୍ଥାନରେ ରହିଛନ୍ତି। ଟେଶଲା ଓ spaceX ର ପ୍ରତିଷ୍ଠାତା ଏଲନ ମସ୍କ ୨୩୫.୮ ବିଲିଅନ ଡଲାର ସମ୍ପତି ସହ ଏହି ତାଲିକାର ଶୀର୍ଷରେ ରହିଛନ୍ତି ।
ସୂଚନା ଅନୁସାରେ ଇସ୍ରାଏଲ ର ଏକ ବନ୍ଦର ଘରୋଇକରଣ ହେବାପରେ ଆଦାନୀ ଗ୍ରୁପ୍ କୁ ଏହି ଟେଣ୍ଡର ମିଳିଛି। ସେହିପରି ଆଗାମୀ ଦିନରେ ଆଦାନୀ ଗ୍ରୁପ୍, ଆଦାନୀ ଡାଟା ନେଟୱର୍କ ନାମରେ ଜିଓ , ଏଆରଟେଲ ଓ ଭୋଡାଫୋନ ସହ ୫ଜି ନିଲାମିରେ ଭାଗ ନେବାକୁ ମଧ୍ୟ ଆବେଦନ କରିଛି। ଏହି ନିଲାମ ଜୁଲାଇ ୨୬ ରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି।
