ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ବିକ୍ରମ ଆରୁଖ । ବିଧାନସଭାରେ ବିଜେପି ଓ କଂଗ୍ରେସ ସଦସ୍ୟଙ୍କୁ ହୋହାଲ୍ଲା ଓ ଉତ୍ତେଜନା ଲାଗି ମୁଲତବୀ ଘୋଷଣା କଲେ ବାଚସ୍ପତି ।
ଖବର ଅନୁଯାୟୀ, ଆଜି ଶୂନ୍ୟକାଳରେ ଗୃହରେ ଉଠିଥିଲା ସୋନିଆ ଗାନ୍ଧୀ ଙ୍କୁ ଇଡିର ଜେରା ପ୍ରସଙ୍ଗ । ଯାହାକୁ ନେଇ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ମୁହାଁମୁହାଁ ହୋଇଥିଲେ ।ଏପିରିକି ବାଚସ୍ପତିଙ୍କ ପୋଡିୟମ୍ ନିକଟକୁ ଆସି ହୋ ହାଲ୍ଲା କରିଥିଲେ କଂଗ୍ରେସ ବିଧାୟକ । ଯାହାକୁ ଦେଖି ବାଚସ୍ପତି ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ ଯେ, ନ୍ୟାସନାଲ୍ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ନୋଟିସ୍ କରିଥିଲା ଇଡି । ଜେରା ପାଇଁ ନୋଟିସ୍ କରିଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାପରେ ଆଜି ସୋନିଆ ଗାନ୍ଧୀ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ।





