କରୋନା କବଜାରେ ବ୍ୟାଟ୍ସମ୍ୟାନ କେଏଲ ରାହୁଲ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମ୍ କୁ ଝଟକା । ବ୍ୟାଟ୍ସମ୍ୟାନ କେଏଲ ରାହୁଲ କୋଭିଡ୍ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ତାଙ୍କୁ ଆଗାମୀ ଭାରତ ୱେଷ୍ଟେଣ୍ଡିଜ ଟି-୨୦ ସିରିଜ ଖେଳାଳୀଙ୍କ ତାଲିକାରୁ ବାଦ ଦିଆଯାଇପାରେ। ଏହି ମ୍ୟାଚ୍‌ ଜୁଲାଇ ୨୯ରେ ଟରୋବାରେ ହେବାକୁ ଯାଉଛି। ବୋର୍ଡ ଆପେକ୍ସ କାଉନସିଲ ବୈଠକ ପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କେଏଲ ରାହୁଲଙ୍କ ବିଷୟରେ ଏହି ସୂଚନା ଦେଇଛନ୍ତି ।

କେଏଲ ରାହୁଲ ଗୁରୁବାର ଜାତୀୟ କ୍ରିକେଟ୍ ଏକାଡେମି ବେଙ୍ଗାଲୁଲୁର ଲେବୁଲ୍‌-୩ ସାର୍ଟିଫିକେଟ୍‌ କୋର୍ସର ଛାତ୍ରମାନଙ୍କୁ ସମ୍ୱୋଧିତ କରିଥିଲେ। ପ୍ରକୃତରେ ରାହୁଲ ନିକଟ ଅତୀତରେ ଜର୍ମାନୀରେ ତାଙ୍କର ହାର୍ନିଆ ଅସ୍ତ୍ରୋପଚାର କରିଥିଲେ। ସେଥିପାଇଁ ଆଗାମୀ ଶୁକ୍ରବାର ପୋର୍ଟ ଅଫ ସ୍ପେନ୍‌ରେ ଆରମ୍ଭ ହେବାକୁ ଥିବା ୱାନ୍‌ଡେ ସିରିଜ୍‌ ପାଇଁ ତାଙ୍କୁ ବିଶ୍ରାମ ଦିଆଯାଇଛି।

Related Posts