ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ, ମ୍ୟାଚ୍ ଜିତି ସିରିଜ୍ ଦଖଲ ଲକ୍ଷରେ ଟିମ୍ ଇଣ୍ଡିଆ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ । ମ୍ୟାଚ୍ ଜିତି ଆଗୁଆ ସିରିଜ୍ ଦଖଲ କରିବା ଲକ୍ଷରେ ଟିମ୍ ଇଣ୍ଡିଆ । ତେବେ ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ବିଜୟ ପାଇଁ ଜୋରଦାର ସଂଘର୍ଷ କରିବାକୁ ପଡିଥିଲା । ୩୦୮ ରନର ବିଶାଳ ସ୍କୋର କରିବା ସତ୍ୱେ ଭାରତ ମାତ୍ର ୩ ରନରେ ବିଜୟୀ ହୋଇଥିଲା ।

ସିରିଜ୍ ଜିତିବାକୁ ହେଲେ ଆଜି ଭାରତକୁ ତ୍ରୁଟି ସୁଧାରିବାକୁ ହେବ ।ପ୍ରଥମ ଦିନିକିଆରେ ଓପନର ଶିଖର ଧାୱନ ଓ ଶୁଭମନ ଗିଲ ଜବରଦସ୍ତ ବ୍ୟାଟିଂ କରିଥିଲେ । ତଥାପି ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଙ୍କ ବିଫଳତା ଦଳକୁ ଚିନ୍ତାରେ ପକାଇଛି । ସେପଟେ ଘରୋଇ ଦଳ କ୍ରମାଗତ ୭ଟି ଦିନିକିଆ ପରାଜିତ ହୋଇ ଚିନ୍ତାରେ ରହିଛି । ଭାରତରକୁ ହରାଇବାକୁ ହେଲେ ଦଳଗତ ପ୍ରଦର୍ଶନ କରିବାକୁ ପଡ଼ିବ । ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିପାରିଲେ ଘରୋଇ ଦଳ ବିଜୟ ସ୍ୱାଦ ଚାଖିପାରିବ ।

Related Posts