ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସମ୍ବଲପୁରରେ ଏସଟିଏଫର ଚଢାଉ । ଏସଟିଏଫ୍ର ଏକ ୩ଜଣିଆ ଟିମ୍ ସମ୍ବଲପୁରରେ ଖୋଳତାଡ କରି ହାତୀ କଙ୍କାଳ ଠାବ କରିଛି । ବୌଦ୍ଧ, ଆଠଗଡ ପରେ ଏବେ ସମ୍ବଲପୁରରୁ ଠାବ ହୋଇଛି ହାତୀ କଙ୍କାଳ ।
ସୂଚନା ଅନୁଯାୟୀ, ସମ୍ବଲପୁର ବନଖଣ୍ଡ ଧମା ଫରେଷ୍ଟ ରେଂଜ କେଶାପାଲି ପଂଚାୟତ କୋଲଗାଁ ଜଙ୍ଗଲରେ ହାତୀକୁ ହତ୍ୟା କରି ଜଙ୍ଗଲ ଭିତରେ ପୋଡି ଦେଇଥିବା ଅଭିଯୋଗ ହୋଇଥିଲା ।ଏହାପରେ ଏସ୍ଟିଏଫ୍ ଟିମ୍ ଚଢାଉ କରିଥିଲା । ଏସଟିଏଫରର ଏହି ଚଢାଉରେ ହାତୀ କଙ୍କାଳ ଠାବ ହୋଇଛି । ସମ୍ବଲପୁରରେ ମଧ୍ୟ ହାତୀ ଦାନ୍ତ ମାଫିଆ ସକ୍ରିୟ ଥିବା ଜଣାପଡିଛି । ତେବେ ପୋଡାଯାଇଥିବା ହାତୀର ବଡ ବଡ ହାଡ ରହିଥିବାବେଳେ ବାକି ସବୁ ପୋଡି ଯାଇଛି ।