ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହରିୟାଣା କଂଗ୍ରେସରୁ ବହିଷ୍କୃତ ବିଧାୟକ କୁଲଦୀପ ବିଷ୍ଣୋଇ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଭେଟିଛନ୍ତି । ବିଜେପିର ଦୁଇ ନେତାଙ୍କୁ ଭେଟିବା ପରେ କୁଳଦୀପ ବିଷ୍ଣୋଇ ଖୁବଶୀଘ୍ର ପଦ୍ମ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଏହା ପୂର୍ବରୁ କଂଗ୍ରେସ ବିଧାୟକ କୁଳଦୀପ ବିଷ୍ଣୋଇଙ୍କୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ହୁଡ୍ଡା ଏକ ପ୍ରଶ୍ନର ଜବାବରେ କହିଥିଲେ, ବିଦ୍ରୋହ ପରେ ବି ପାର୍ଟି ବିଷ୍ଣୋଇଙ୍କୁ ବାହାର କରିବ ନାହିଁ ।ହୁଡ୍ଡାଙ୍କ ଅନୁସାରେ, ନିଜେ ନୈତିକ ଦାୟିତ୍ୱ ନେଇ ବିଧାନସଭାରୁ ବିଷ୍ଣୋଇ ଇସ୍ତଫା ଦେବା କଥା।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ବିଷ୍ଣୋଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ସେତେବେଳେ ମଧ୍ୟ ସେ ବିଜେପିରେ ଯୋଗଦେବା ଚର୍ଚ୍ଚା ହୋଇଥିଲା। ନିକଟରେ ଶେଷ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଷ୍ଣୋଇ ଦଳ ବିରୋଧରେ ଯାଇ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ, ଯାହା କଂଗ୍ରେସକୁ ଭାରି ପଡିଥିଲା ।
