କଟକ: ଅଡ଼ୁଆରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ପାରିବାରିକ ବିବାଦକୁ ନେଇ ଚିନ୍ତା ରେ ଥିବା ବେଳେ, ଏବେ ତାଙ୍କୁ ଡବଲ୍ ଝଟ୍କା ଲାଗିଛି । ସୁଜିତ୍ ଦଳେଇଙ୍କୁ ଜାଣିଆଣ ମନ୍ତବ୍ୟ ଦେବା ପଡିଲା ମହଙ୍ଗା ।
ଏନେଇ ଜାତୀୟ ଏସ୍ସି/ଏସ୍ଟି କମିଶନଙ୍କ ପକ୍ଷରୁ କମିଶନରେଟ୍ ପୋଲିସ ଓ କଟକ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି । ସେପଟେ ଅଭିନେତା ଅନୁଭବଙ୍କ ସହଯୋଗୀ ସୁଜିତ ଦଳାଇଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ମାମଲାରେ ଦିଲ୍ଲୀ ପୋଲିସର ନୋଟିସ୍ ପରେ ବର୍ଷା ପ୍ରିୟଦର୍ଶିନୀ ଓଡିଶା ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି ।
ସେହିପରି ପୂର୍ବରୁ ସାଂସଦ ଅନୁଭବଙ୍କ କର୍ମଚାରୀଙ୍କୁ ଜାତିସୂଚକ ଗାଳି ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଦିଲ୍ଲୀ ପୋଲିସର ସମନ । ବର୍ଷାଙ୍କ ସହ ତାଙ୍କ ଝିଆରୀ ଓ ମାଆଙ୍କୁ ବି ସମନ ହୋଇଥିବା ଚର୍ଚ୍ଚା । ୨୦୧୯ ଜୁଲାଇ ୯ ତାରିଖର ଏହି ମାମଲାରେ ହୋଇଥିଲା । ୨୦୨୨ ଜୁଲାଇରେ ଦିଲ୍ଲୀ ପୋଲିସ ପଞ୍ଜିକୃତ କରିବା ପରେ ବର୍ଷାଙ୍କ ଅଡୁଆ ବଢିଛି । ଗତ ୨୫ ତାରିଖରେ ଦିଲ୍ଲୀ ପୋଲିସର ଏକ ଟିମ ବର୍ଷାଙ୍କୁ ଖୋଜି କଟକରେ ପହଂଚିଥିଲା। ପୁରୀ ଘାଟ ଥାନା ପୋଲିସ ସହଯୋଗ କରିନଥିଲା । ପରେ ବହୁତ ସମୟ ପରେ ବର୍ଷା ଓ ତାଙ୍କ ବଡ଼ ଭଉଣୀ ଥାନାକୁ ଆସି ସମନ ଗ୍ରହଣ କରିଥିବା ଜଣାପଡିଛି । ଆଉ ଏବେ ବର୍ଷାଙ୍କୁ ଲାଗିଛି ଆଉ ଏକ ଝଟ୍କା ।
ଦିଲ୍ଲୀ ପୋଲିସର ସମନ୍ ପରେ ଜାତୀୟ ଏସ୍ସି/ଏସ୍ଟି କମିଶନଙ୍କ ପକ୍ଷରୁ କମିଶନରେଟ୍ ପୋଲିସ ଓ କଟକ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି ।