ରାୟଗଡ଼ା ପରେ ଝାରସୁଗୁଡାରେ ବ୍ୟାପିଲା ଝାଡାବାନ୍ତି: ବାପା ଓ ପୁଅଙ୍କର ମୃତ୍ୟୁ

ଝାରସୁଗୁଡ଼ା : ରାୟଗଡ଼ା ପରେ ଏବେ ଝାରସୁଗୁଡାରେ ଧିରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି ଝାଡାବାନ୍ତି । ଫଳରେ ଏଥିରେ ଆକ୍ରାନ୍ତ ହୋଇ ବାପା ଓ ପୁଅଙ୍କର ମୃତ୍ୟୁ ହୋଇଛି । ଏବେବି ୨୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଝାରସୁଗୁଡ଼ା ପୌରାଞ୍ଚଳର ଦେବାଡ଼ିହିରେ ଝାଡ଼ାବାନ୍ତି ଆତଙ୍କ । ଦୁଇଦିନ ତଳେ ପୁଅ ଅକୃର ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ବାପା ତିଲୁ ପ୍ରଧାନଙ୍କ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ଗାଁରେ ୨୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ ଜିଲ୍ଲା ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଡାକ୍ତରୀ ଟିମ୍‌ ନିୟମିତ ଭାବେ ସମସ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି ।

ତେବେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଂକା ପ୍ରକାଶ ପାଇଛି ।

Related Posts