ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀର ଅବକାରୀ ନୀତି ସଂପର୍କିତ ନିକଟରେ ଦେଖାଯାଇଥିବା ବିବାଦ ନେଇ କେଜ୍ରିୱାଲ ସରକାର ନରମ ମନୋଭାବ ପୋଷଣ କରିଛନ୍ତି । କୁହାଯାଉଛି ଯେ, ଦିଲ୍ଲୀ ସରକାର ଆସନ୍ତା ଅଗଷ୍ଟ ୧ ତାରିଖ ଠାରୁ ୬ ମାସ ପାଇଁ ଅବକାରୀ ନୀତିର ପୁରୁଣା ବ୍ୟବସ୍ଥା ଲାଗୁ କରାଯିବ । ବର୍ତ୍ତମାନ ଅନ୍ତିମ ଆଦେଶ ଜାରି ନେଇ ସମସ୍ତଙ୍କର ଅପେକ୍ଷା ରହିଛି ।

ସୂଚନାଯୋଗ୍ୟ ଯେ ଅବକାରୀ ନୀତି ୨୦୨୧-୨୨କୁ ମାର୍ଚ୍ଚ ୩୧ ପରେ ୨ ଥର ଦୁଇ-ଦୁଇ ମାସ ପାଇଁ ଅବଧୀ ବଢ଼ାଯାଇଥିଲା । ଏହା ଜୁଲାଇ ୩୧ରେ ଶେଷ ହେବ । ତେଣୁ ଏହି ନୀତିକୁ ଆଗାମୀ ଦିନରେ ମଧ୍ୟ ଜାରି ରଖିବାର ଆଶଙ୍କା ଦେଖାଯାଉଛି ।ଅବକାରୀ ବିଭାଗ ଏବେ ବି ଅବକାରୀ ନୀତି ୨୦୨୨-୨୩ ଉପରେ କାମ କରୁଛି, ଯାହା ଦିଲ୍ଲୀରେ ମଦକୁ ହୋମ ଡେଲିଭରିର ଅନୁମୋଦନ କରିଥାଏ । ଜଣେ ଅଧିକାରୀଙ୍କ କହିବା ଅନୁସାରେ ଡ୍ରାଫ୍ଟ କରାଯାଇଥିବା ନୀତିକୁ ଉପରାଜ୍ୟପାଳ ଭିକେ ସକସେନାଙ୍କୁ ତାଙ୍କ ମଂଜୁରୀ ପାଇଁ ପଠାଯିବାକୁ ବାକି ଅଛି ।

ଅବକାରୀ ବିଭାଗର ଅଧିକାରୀଙ୍କ କହିବା ଅନୁସାରେ ଡେପୁଟି ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଯାହାଙ୍କ ପାଖରେ ଉତ୍ପାଦ ଶୁଳ୍ପ ବିଭାଗ ମଧ୍ୟ ରହିଛି । ସେ ଗୁରୁବାର ବିଭାଗକୁ ନୂଆ ନୀତି ଆସିବା ପର୍ଯ୍ୟନ୍ତ ୬ ମାସର ଅବଧୀ ପାଇଁ ଅବକାରୀ ନୀତିର ପୁରୁଣା ବ୍ୟବସ୍ଥାକୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ।