ନୂଆପଡା : କୋମନା ଥାନା ତରବୋଡ କେନ୍ଦୁଲିଫ୍ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇଟି ମାଲବାହୀ ଟ୍ରକ୍ ମୂହମୁହି ଧକ୍କା ହୋଇଛନ୍ତି । ହେବାରୁ ଫଳରେ ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ, ଅନ୍ୟ ଦୁଇ ଗୁରୁତର ଆହତ ହୋଇଛନ୍ତି ।
ରିପୋର୍ଟ ଅନୁସାରେ, କୋମନା ଥାନା ତରବୋଡ କେନ୍ଦୁଲିଫ୍ ନିକଟ ଦେଇ ୩୫୩ ନମ୍ବର ଜାତୀୟ ରାଜପଥ ଯାଇଛି । ଏହି ରାସ୍ତାରେ ପ୍ରତିଦିନ ଶହଶହ ଗାଡିମଟର ଚଳାଚଳ କରେ । ତେବେ ଶନିବାର ବିଳମ୍ବିତ ରାତ୍ରରେ ଜାତୀୟ ରାଜପଥରେ ଦୁଇଟି ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଏହା ଏତେ ଭୟଙ୍କର ଥିଲା ଯେ ଦୁଇ ଜଣ ପ୍ରାଣ ହରାଇଥିଲେ । ସେହିପରି ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରି ରଖିଛି । ଦୁର୍ଘଟଣା ଗସ୍ତ ହୋଇଥିବା ଦୁଇ ଗାଡ଼ିକୁ ପୋଲିସ ଜବତ କରିଛି ।
