ଲମତାପୁଟ : ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ଏନେଇ ରାଜ୍ୟର ସମସ୍ତ ଶୈବପୀଠରେ ଜମୁଛି କଉଡିଆଙ୍କ ନାହିଁନଥିବା ଭିଡ । ମନସ୍କାମନା ପୁରଣ ନେଇ ବାବାଙ୍କ ଆରାଧନା କରି ଶିବ ଲିଙ୍ଗ ଉପରେ ଜଳାଭିଷେକ କରୁଛନ୍ତି କାଉଡ଼ିଆ ।
ସେପଟେ ରାଜ୍ୟର ପ୍ରସିଦ୍ଧ ଶୈବପୀଠରେ କାଉଡିଆଙ୍କ ନାହିଁନଥିବା ଭିଡ଼ ଦେଖିବାକୁ ମିଳୁଛି। ସେପଟେ ଗୁପ୍ତେଶ୍ବରଙ୍କ ପୀଠରେ ରାଜ୍ୟର କୋଣ ଅନୁକଣ ସମେତ ପଡୋଶୀ ରାଜ୍ୟ ଛତିଶଗଡ , ଆନ୍ଧ୍ର ଏବଂ ତେଲେଙ୍ଗାନାରୁ କାଉଡିଆ ମାନେ ଧାଇଁ ଆସୁଛନ୍ତି।
ତେବେ ରବିବାର ସନ୍ଧ୍ୟାରୁ ବାବା ଗୁପ୍ତେଶ୍ଵର ଙ୍କ ଠାରେ ଜଳ ଅଭିଷେକ ପାଇଁ ଧାଡି ବାନ୍ଧୀ ଅପେକ୍ଷା କରିଛନ୍ତି ହଜାର ହଜାର କାଉଡିଆ । ସହ ସହ କିଲୋମିଟର ଚାଲି ଚାଲି ମାନସିକ ଧାରି କାଉଡିଆ ମାନେ ବିଭନ୍ନ ନଦୀ ଘାଟରୁ ଜଳ ଉଠାଇ ଗୁପ୍ତେଶ୍ଵର ଶୈବ ପିଠ ରେ ପହଞ୍ଚି ଜଳ ଅଭିଷେକ କରିଛନ୍ତି । ଜଙ୍ଗଲି ରାସ୍ତାରେ ମିଞ୍ଜି ମିଞ୍ଜି ଜଳୁ ଥିବା ଡିବିରି ଆଲୁଅ ରେ କାଉଡିଆ ମାନେ ପାଦେ ପାଦେ ଚାଲୁଛନ୍ତି ।
ରାସ୍ତାରେ କାଉଡିଆଙ୍କୁ ସେବା ଯୋଗାଇବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସବୁ ପ୍ରକାର ସେବା ଯୋଗାଇ ଦିଆଯାଉଛି । ଖାସ୍ କରି ମାଓ ପ୍ରଭାବିତ ଅଞ୍ଚଳରେ ବିଏସ୍ଏଫ ଯବାନମାନ ସୁରକ୍ଷା ଦେବା ସହ ସମସ୍ତ ସୁବିଧା ଯୋଗାଇ ଦିଆଯାଉଥିବାର ଦେଖିବାକୁ ମିଳିଛି । ଯବାନମାନେ ଖାଦ୍ୟ, ପାନୀୟ, ସ୍ୱାସ୍ଥ୍ୟ ସେବା ଭଳି ସବୁ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି।
