ବିଗତ ୪ବର୍ଷ ମଧ୍ୟରେ ଦେଶରେ ଏସିଡ୍‍ ଫିଙ୍ଗାକୁ ନେଇ ୩୮୬ଟି ମାମଲା ରୁଜୁ, ୬୨ ଜଣ ବ୍ୟକ୍ତି ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅନେକ ପଦକ୍ଷେପ ସତ୍ୱେ ଦେଶରେ ମହିଳାଙ୍କ ଉପରେ ଆକ୍ରମଣ ଆଖିଦୃଶିଆ ଭାବେ ହ୍ରାସ ପାଇ ନାହିଁ। ଏହା ଖୋଦ୍ ସରକାରଙ୍କ ତଥ୍ୟରୁ ଜଣା ପଡ଼ିଛି। ଲୋକସଭାରେ ଏ ନେଇ ସୂଚନା ଦେଇଛନ୍ତି ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ରା । ସେ ଏକ ଲିଖିତ ଉତ୍ତରରେ କହିଛନ୍ତି, ୨୦୧୮ରୁ ୨୦୨୨ ମଧ୍ୟରେ ଦେଶରେ ମହିଳାମାନଙ୍କ ଉପରେ ଏସିଡ୍‍ ଫିଙ୍ଗାକୁ ନେଇ ୩୮୬ଟି ମାମଲା ରୁଜୁ ହୋଇଛି। ସେହି ମାମଲାଗୁଡ଼ିକରେ ୬୨ ଜଣ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରା କହିଛନ୍ତି। ସେ କହିଛନ୍ତି ଏ ସମ୍ବନ୍ଧୀୟ ନିୟମର ସମୀକ୍ଷା କରି ଏସିଡ୍‍ ଓ ରାସାୟନିକ ପଦାର୍ଥର ବିକ୍ରୟ ଯେଭଳି ନିୟନ୍ତ୍ରିତ ହୋଇପାରିବ ତାହା ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଜାରି କରିଛନ୍ତି।

Related Posts