ମହିଳାଙ୍କୁ ଏସିଡ୍ ମାଡ: କଟକ ଜେମାଦେଇପୁର ସାନପାଟଣାରେ ଘଟିଛି ଘଟଣା

ଆଠଗଡ଼ : ମହିଳାଙ୍କୁ ଦୁର୍ବୃତଂକ ଏସିଡ୍ ମାଡ । ଦୁଇ ଦୁର୍ବୃତ୍ତ ମହିଳାଙ୍କ ଉପରକୁ ଏସିଡ୍ ମାଡ କରି ଫେରାର ହୋଇଯାଇଛନ୍ତି । କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ସାନପାଟଣାରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ସାନପାଟଣାରେ ଜଣେ ମହିଳାଙ୍କୁ ଏସିଡ୍ ମାଡ ହୋଇଛି । ଫଳରେ ମହିଳା ଜଣଙ୍କ ଗୁରୁତର ହୋଇଛନ୍ତି । ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏସିଡ୍ ମାଡ କରି ଦୁର୍ବୃତ୍ତ ଦୁଇ ଜଣ ଫେରାର ହୋଇଯାଇଛନ୍ତି । ଗୋଟିଏ ବାଇକ୍‌ରେ ଦୁଇ ଜଣ ଦୁର୍ବୃତ୍ତ ଆସିଥିଲେ ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ଏସିଡ୍ ମାଡ ହୋଇଥିବା ସନ୍ଦେହ କରାଯାଉଛି । ଦୁର୍ବୃତ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଛାନଭିନ୍ କରୁଛି ତିଗିରିଆ ପୋଲିସ। ଏହି ଘଟଣା କୁ ନେଇ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

Related Posts