ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨: ସ୍କ୍ୱାଶରେ କାଂସ୍ୟ ପଦକ ହାସଲ କଲେ ସୌରଭ ଘୋଷାଲ

ନୂଆଦିଲ୍ଲୀ : ଭାରତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଚମକୁଛନ୍ତି ଭାରତୀୟ କ୍ରୀଡାବିତ୍ । ଭାରତ ଗୋଟିଏ ପରେ ଗୋଟିଏ ପଦକ ହାସଲ କରିବାରେ ଲାଗିଛି । ଆଉ ଏହି କ୍ରମରେ ଭାରତ ହାତରେ ଲାଗିଛି ଆଉ ଏକ ପଦକ । ସ୍କ୍ୱାଶରେ ଭାରତର ସୌରଭ ଘୋଷାଲ କାଂସ୍ୟ ଜିତିଛନ୍ତି । ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ ସ୍କ୍ୱାଶରେ ଭାରତ ସିଙ୍ଗିଲ ଇଭେଣ୍ଟରେ ପଦକ ପାଇଛି । ଏହି ପଦକ ସହ ଭାରତର ମୋଟ୍ ପଦକ ସଂଖ୍ୟା ୧୫ରେ ପହଁଚିଛି ।

କାଂସ୍ୟ ପଦକ ପାଇଁ ଖେଳାଯାଇଥିବା ଏହି ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ସୌରଭ ଘୋଷାଲ ଓ ଇଂଲଣ୍ଡର ଜେମ୍ସ ବିଲଷ୍ଟ୍ରପ୍ । ଆରମ୍ଭରୁ ସୌରଭ ଦମଦବା ଜାହିର କରିଥିଲେ । ସେ ତିନୋଟି ସେଟରେ ବିଜୟ ଲାଭ କରିଥିଲେ ।

ସେଟ୍ ସ୍କୋର ପରେ ସୌରଭ ନିଜ ବିପକ୍ଷ ଖେଳାଳିଙ୍କୁ ୧୧-୬, ୧୧-୧ ଓ ୧୧-୪ରେ ପରାସ୍ତ କରିଥିଲେ । ୩-୦ ସେଟରେ ସୌରଭ ଏକପାଖିଆ ମୁକାବିଲା ଜିଣି ନେଇଥିଲେ । ତେବେ ବିଜୟୀ ହେଲା ପରେ ସୌରଭ ଇତିହାସ ରଚିଛନ୍ତି । କାରଣ ଏହାପୂର୍ବରୁ ରାଜ୍ୟଗୋଷ୍ଠୀ କ୍ରୀଡାରେ କୌଣସି ଖେଳାଳି ସ୍କ୍ୱାଶ୍ ଇଭେଣ୍ଟରେ ଭାରତ ପାଇଁ ପଦକ ଜିତିନଥିଲେ ।

ସୂଚନାଯୋଗ୍ୟ, ୩୫ ବର୍ଷୀୟ ସୌରଭ ପଶ୍ଚିମବଙ୍ଗର କୋଲକାତାରେ ରୁହନ୍ତି । ତାଙ୍କୁ ଭାରତ ସରକାର ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଥିଲେ । ସେ ୨୦୧୮ରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୁପା ଜିତିଥିଲେ।

Related Posts