ଖୋର୍ଦ୍ଧା ଜଙ୍କିଆ ଥାନା ମୋଟା ଗାଁରେ ହତ୍ୟାକାଣ୍ଡ: ଶୋଇଥିବା ବେଳେ ଯୁବକଙ୍କୁ ନିର୍ମମ ହତ୍ୟା କଲେ ଦୁର୍ବୃତ୍ତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ମୋଟା ଗାଁରେ ଘଟିଛି ଏକ ନିର୍ମମ ହତ୍ୟାକାଣ୍ଡ । ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଶୋଇଥିବା ବେଳେ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି । ମୃତ ଯୁବକ ହେଲେ ମୋଟା ଗାଁର ରଘୁନାଥ ମହାରଣା । ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଜଣାପଡିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ।

ଖବର ଅନୁଯାୟୀ, ମୋଟା ଗାଁର ରଘୁନାଥ ମହାରଣା ଘରର ଛାତ ଉପରେ ଶୋଇଥିଲେ । ଏହି ସମୟରେ କେହି ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଦେଇଛି । ଛାତ ଉପରେ ରଘୁନାଥଙ୍କ ରକ୍ତଜୁଡୁବୁଡୁ ମୃତଦେହ ପଡିରହିଛି । ତେବେ ଏଭଳି ବିଭତ୍ସ ଭାବେ କିଏ ହତ୍ୟା କଲା କାହିଁକି । ସେନେଇ ଖୋଲତାଡ଼ ଚାଲିଛି ।

ଏଭଳି ଘଟଣା ପରେ ପୁରା ଅଞ୍ଚଳରେ ଆଲୋଡ଼ନା ସୃଷ୍ଟି ହୋଇଯାଇଛି । ସେପଟେ ଘଟଣାସ୍ଥଳରେ ଜଙ୍କିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ମୃତଦେହକୁ ଜବତ ମଧ୍ୟ କରିଛି ଜଙ୍କିଆ ପାେଲିସ। ପରିପଶ୍ଵିକ ସ୍ଥିତି କୁ ଦେଖି ଅନୁଧ୍ୟାନ ଆରମ୍ଭ କରିଛି।

Related Posts