ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରର ରାଜନୈତିକ ମାହୋଲ ଅଶାନ୍ତ ହୋଇପଡିଛି। ରାଜ୍ୟ ରାଜନୀତିରେ ଆଗାମୀ ସମୟରେ କଣ ହେବ ସେନେଇ ଅନୁମାନ କରିବା କଷ୍ଟସାଧ୍ୟ। ଏସବୁ ଭିତରେ ବିହାର ରାଜନୈତିକ ସଙ୍କଟକୁ ନେଇ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଏକ ଉପଦେଶ ଦେଇଛନ୍ତି। ପି.କେ କହିଛନ୍ତି, ଯଦି ଜନସାଧାରଣ ଆପଣଙ୍କୁ ଭରସା କରିଛନ୍ତି, ତେବେ ଆପଣ ମଧ୍ୟ ସେମାନଙ୍କୁ ସମ୍ମାନ ଦେବା ଉଚିତ୍‌। ଯେଉଁ ମେଣ୍ଟ ବିରୋଧରେ ଆପଣ ଲଢେଇ କରି ସରକାରକୁ ଆସିଥିଲେ, ଆଜି ସେହି ମେଣ୍ଟ ସହ ଯିବା ଉଚିତ୍ ନୁହେଁ। ଏହା ଅପେକ୍ଷା ଭଲ ହେବ ଆପଣ ପୁଣିଥରେ ଜନସାଧାରଣଙ୍କ ନିକଟକୁ ଯାଇ ଜନାଦେଶ ଆଣନ୍ତୁ।

ସେ ଆହୁରି ମଧ୍ୟ କହିଛନ୍ତି, ବିହାରର ଲୋକମାନେ ଏନଡିଏ ନାମରେ ଜନାଦେଶ ଦେଇଛନ୍ତି। ସରକାର ଯାହା ବି ହେଉ, ଲୋକମାନେ ଏହାକୁ ପାଞ୍ଚ ବର୍ଷ ପାଇଁ ମନୋନୀତ କରିଛନ୍ତି। ଗତଥର ନିର୍ବାଚନରେ ଲୋକମାନେ ମହାମେଣ୍ଟକୁ ବାଛିଥିଲେ। ୨୦୧୭ରେ ନୀତିଶ କୁମାର ଏହାକୁ ଛାଡି ଏକ ନୂତନ ସରକାର ଗଠନ କରିଥିଲେ, କିନ୍ତୁ ସରକାର ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିଲା। ତେବେ ବର୍ତ୍ତମାନ ଏହାର ପୁନରାବୃତ୍ତି ନକରି ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ କୁ ଯିବାପାଇଁ ପିକେ ନିତିଶଙ୍କୁ ପରାମର୍ଶ ଦେଇଛନ୍ତି