ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ସଂସଦରେ ଆଉ ଏକ ବଡ଼ ଦାୟିତ୍ୱ ମିଳିଛି । କୋଇଲା ଓ ଖଣି ମନ୍ତ୍ରାଳୟ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ସସ୍ମିତଙ୍କୁ ଚୟନ କରାଯାଇଛି। ପୂର୍ବରୁ ଆଇନ ମନ୍ତ୍ରାଳୟ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ଚୟନ ହୋଇଛନ୍ତି ସସ୍ମିତ ।

ସୂଚନା ଅନୁଯାୟୀ, ବିଜୁ ଜନତା ଦଳ ପକ୍ଷରୁ ସସ୍ମିତ ପାତ୍ର ୨ୟ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୨୮ରେ ସସ୍ମତିଙ୍କ କାର୍ଯ୍ୟକାଳ ସରିବ । ତେବେ ଗତ କିଛି ଦିନ ତଳେ ସସ୍ମତି ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ତାଙ୍କୁ ଏକ ଗୁରୁଦାୟିତ୍ୱ ମିଳିଥିଲା। ସେ ଆଇନ୍‌ ମନ୍ତ୍ରାଳୟ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ଚୟନ ହୋଇଥିଲେ । ଆଉ ଏବେ କୋଇଲା ଓ ଖଣି ମନ୍ତ୍ରାଳୟର ପରାମର୍ଶଦାତା କମିଟିର ସଦସ୍ୟ ଭାବେ ଚୟନ ହୋଇଛନ୍ତି । ଏହା ସହ ରାଜ୍ୟସଭାର ଉପାଧକ୍ଷ ପ୍ୟାନେଲରେ ମଧ୍ୟ ସସ୍ମିତ ଦାୟିତ୍ବ ତୁଲାଉଛନ୍ତି।