ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁଣି କରୋନାରେ ଆକ୍ରାନ୍ତ ହୋଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି। ତାଙ୍କର କୋଭିଡ଼ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ସେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଘରେ ନିଜକୁ ଆଇସୋଲେଟ କରି ରଖିଛନ୍ତି। ସମସ୍ତ ପ୍ରଟୋକଲ ପାଳନ କରୁଥିବା ଟୁଇଟ ରେ କହିଛନ୍ତି ପ୍ରିୟଙ୍କା।ତେବେ ଗତ ଦୁଇ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରିୟଙ୍କା ଗାନ୍ଧୀ କରୋନା ସଂକ୍ରମିତ ହୋଇଛନ୍ତି। ଏହାପୂର୍ବରୁ ଜୁନ୍ ୩ ରେ ସେ କରୋନା ପଜିଟିଭ୍ ହୋଇଥିଲେ।

ସେପଟେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମଧ୍ୟ ଅସୁସ୍ଥ ଥିବ କୁହାଯାଉଛି। ଏଥିପାଇଁ ସେ ନିଜ ରାଜସ୍ଥାନ ଅଲଭର ଗସ୍ତ ବାତିଲ କରିଦେଇଥିବା ସୂଚନା ମିଳିଛି। ସୂଚନା ମୁତାବକ, ରାହୁଲ ଗାନ୍ଧିଙ୍କ ଅଲବରରେ ‘ନେତୃତ୍ୱ ସଙ୍କଳ୍ପ ଶିବିର’ରେ ସାମିଲ ହେବା କାର୍ଯ୍ୟକ୍ରମ ଥିଲା।

ସୂଚନା ଅନୁସାରେ, ଜୁନ୍‌ ମାସରେ ପ୍ରିୟଙ୍କା ପଜିଟିଭି ହେବା ପରେ ତାଙ୍କ ମା ଏବଂ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ ହୋଇଥିଲା। ଏହା ପରେ ପ୍ରିୟଙ୍କା ଟ୍ୱିଟ୍ କରି କହିଥିଲେ ଯେ ସାମାନ୍ୟ ଲକ୍ଷଣ ପରେ କରୋନା ପରୀକ୍ଷା କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍ ଆସିଥିଲା।