ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ରର ରାଜନୀତି ସମୀକରଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟର ପୂର୍ବତନ ମନ୍ତ୍ରୀ ଆଦିତ୍ୟଠାକରେ। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ କ୍ୟାମ୍ପ ବିଦ୍ରୋହ କରିବାର କାରଣ ହେଉଛି ସେମାନେ ବାଲାସାହେବ ଠାକରେଙ୍କ ପୁଅ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁନଥିଲେ। ନିଜ ବାପା ତଥା ଉଦ୍ଧବ ଠାକରେଙ୍କ କ୍ଷମତା ଚାଲିଯିବାର କାରଣ କହିଛନ୍ତି ଆଦିତ୍ୟଠାକରେ। ସେ କହିଛନ୍ତି ଯେ, ଆମେ ଭୁଲ ଲୋକଙ୍କୁ ବିଶ୍ୱାସ କରି ତାର ଫଳ ଭୋଗୁଛୁ। କିନ୍ତୁ ଆମେ ଲୋକଙ୍କ ପାଇଁ କାର୍ଯ୍ୟ କରିବା ଜାରି ରଖିବୁ। ଯେଉଁମାନେ ବାଲାସାହେବଙ୍କ ନାଁରେ ଭୁଲ କାମ କରୁଛନ୍ତି, ଗୁଣ୍ଡାଗର୍ଦି କରୁଛନ୍ତି ସେମାନେ କେବେ ପ୍ରକୃତ ବାଲାସାବହେଙ୍କୁ ଶୁଶି ନାହାନ୍ତି କି ଦେଖିନାହାନ୍ତି। ସେହିପରି ବ୍ୟକ୍ତିଙ୍କ ଏବଂ ତାଙ୍କ କାର୍ଯ୍ୟଧାରା ଆଜିର ରାଜନୀତିରେ କୌଣସି ସ୍ଥାନ ନାହିଁ ବୋଲି ଆଦିତ୍ୟ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଠାକକରେ ପରିବାର ଗତ ୬ ପିଢ଼ିଧରି ଲୋକମାନଙ୍କ ସେବା କରି ଆସୁଛି। ଏହାକୁ ଆମେ ଆଗକୁ ମଧ୍ୟ ଜାରି ରଖିବୁ ବୋଲି ସେ କହିଛନ୍ତି।

ତେବେ ମିଳିଥିବା ସୂଚନା ଅନୁସାରେ ଆଦିତ୍ୟ “ମହାରାଷ୍ଟ୍ର ଯାତ୍ରା” ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ପୁରା ମହାରାଷ୍ଟ୍ର ବୁଲିବା ନେଇ ସୂଚନା ମିଳିଛି। ଏନେଇ ଆଦିତ୍ୟ କହିଛନ୍ତି ଯେ, ମୁଁ ସମଗ୍ର ମହାରାଷ୍ଟ୍ର ଯାତ୍ରା କରିବି। ଏହି ଯାତ୍ରା ଲୋକଙ୍କ ଭୋଟ ପାଇଁ ନୁହେଁ ଆଶୀର୍ବାଦ ପାଇଁ ।