ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ତିରୋଧାନ ଦିବସ; ହାଇ ଆଲର୍ଟରେ କନ୍ଧମାଳ ଜିଲ୍ଲା, ଚକାପାଦରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ତିରୋଧାନ ଦିବସ I ଆଜିକୁ ଚଉଦ ବର୍ଷ ତଳେ ତୁମୁଡିବନ୍ଧ ଜଲେଶପଟା ଆଶ୍ରମ ପରିସରରେ ଦୁର୍ବୃତ୍ତ ମାନେ ପଶି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ସମେତ ୫ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ଏହାପରେ କନ୍ଧମାଳ ଜିଲ୍ଲାରେ ସାମ୍ପ୍ରଦୟିକ ଦଙ୍ଗା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ତୁମୁଡିବନ୍ଧର ଜଲେଶପଟା ଓ ଚକାପାଦ ଆଶ୍ରମରେ ଜନ୍ମାଷ୍ଟମୀ ପୂଜା ଓ ସ୍ୱାମିଜୀଙ୍କ ଶ୍ରାଦ୍ଧ ଦିବସ ପାଳନ କରାଯାଉଛି ।

ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ସେହିପରି କଡ଼ା ସୁରକ୍ଷା ମଧ୍ୟରେ କନ୍ଧମାଳ ଜିଲ୍ଲାର ଜଳେଶପଟା ଓ ଚକାପାଦ ଆଶ୍ରମରେ ପବିତ୍ର ଜନ୍ମାଷ୍ଟମୀ ପୂଜା ଓ ସ୍ୱାମୀଜିଙ୍କ ଶ୍ରାଦ୍ଧ ଦିବସ ୧୮ ଓ ୧୯ ତାରିଖ ଦୁଇଦିନ ଧରି ଧୁମଧାମରେ ପାଳନ ହେବ l ସମସ୍ତେ ମାସ୍କ ପିନ୍ଧିବା ସହ କୋଭିଡ଼ ନିୟମ ପ୍ରକାରେ କମ ସଂଖ୍ୟକ ଭକ୍ତଙ୍କ ମଧ୍ଯରେ ଜନ୍ମାଷ୍ଟମୀ ପର୍ବ ପାଳନ ହେବ ବୋଲି ଜଣାପଡିଛି l ଚକାପାଦ ଓ ଜଲେଶପଟା ଆଶ୍ରମରେ ପ୍ରଥମେ କଳସ ଶୋଭାଯାତ୍ରା ହେବ ଏହା ପରେ ହୋମଯଜ୍ଞ, ଗୋପୂଜନ, ନାମ ସଂ କୀର୍ତ୍ତନ,ଅନ୍ନ ଯଂଗ୍ୟ, ଶ୍ରଦ୍ଧାଞ୍ଜଳି ସଭା ଆଦି କରାଯିବ ବୋଲି ଚକାପାଦ ଆଶ୍ରମର ପରିଚାଳକ କୃଷ୍ଣ l ନନ୍ଦ ସରସ୍ଵତୀ କହିଛନ୍ତି । ଫୁଲବାଣୀ ସମେତ ସମସ୍ତ ବ୍ଲକରେ ସ୍ୱାମୀଜୀଙ୍କ ଶ୍ରଦ୍ଧାଞ୍ଜଳି ସଭା କରାଯିବ l ସୁରକ୍ଷାକୁ ଦୃଷ୍ଟିରେ ରଖି ଚକାପାଦ ଠାରେ ଅତିରିକ୍ତ ଏସପିଙ୍କ ସମେତ ୨ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଛନ୍ତି । ସେହିପରି ଜଲେଶପଟ୍ଟା ଆଶ୍ରମରେମଧ୍ୟ ୨ ଜଣ ଡିଏସପି ସମେତ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ, ୩ଜଣ ସବ ଇନିସପେକ୍ଟର ନିୟୋଜିତ କରାଯାଇଛି ।

Related Posts