ଭୁବନେଶ୍ୱର : ଉପରମୁଣ୍ଡରେ ବର୍ଷା କମିବା ପରେ ହୀରାକୁଦର ଗୋଟିଏ ପରେ ଗୋଟିଏ ଗେଟ୍ ବନ୍ଦ୍ ହୋଇଛି । ଏବେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୯୩ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୭୫୦୦୦ କ୍ୟୁସେକ୍ ବନ୍ୟାଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ହୀରାକୁଦର ୨୮ଟି ଗେଟ୍ ଖୋଲା ଅଛି ।

ଆଉ ଗେଟ୍ ଖୋଲ ହେବ କି ବନ୍ଦ ହେବ ତାହା ସନ୍ଧ୍ୟା ବେଳେ ନିଷ୍ପତ୍ତି ନିଆଯିବ । ବର୍ଷା ଦେଖି ଗେଟ ଖୋଲିବା ନିଷ୍ପତି ନିଆଯିବ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ସକାଳ ୯ଟା ସୁଧା ମୁଣ୍ଡୁଳିର ୯ ଲକ୍ଷ ୫୬ ହଜାର ପ୍ରବାହିତ ହେଉଛି । କାଲି ଖଲାସ ହୋଇଥିବା ବନ୍ୟାଜଳ ଖାଇମାଳାରେ ପହଂଚି ସାରିଛି ବୋଲି ସେ କହିଛନ୍ତି ।