କାର୍ଯ୍ୟରେ ଅବହେଳା ଅଭିଯୋଗ, ଏଏସଆଇଙ୍କ ସମେତ ୪ ଜଣ କନେଷ୍ଟବଳଙ୍କୁ କାର୍ଯ୍ୟରୁ ନିଲମ୍ବିତ କଲେ ମାଲକାନଗିରି ଏସ୍‌ପି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କାର୍ଯ୍ୟରେ ଅବହେଳା ପାଇଁ ଜଣେ ଏଏସଆଇଙ୍କ ସହିତ ୪ ଜଣ କନେଷ୍ଟବଳ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା କୁଡୁମୁଳୁଗୁମ୍ମା ପୋଲିସ ଫାଣ୍ଡିର ଜଣେ ଏଏସଆଇଙ୍କ ସହିତ ଅନ୍ୟ ୪ଜଣ କନେଷ୍ଟବଳଙ୍କୁ କାର୍ଯ୍ୟରେ ଅବହେଳା ପାଇଁ କାର୍ଯ୍ୟରୁ ଆଜି ନିଲମ୍ବିତ କରିଛନ୍ତି ମାଲକାନଗିରି ଏସ୍‌ପି ନିତେଶ ୱାଧନୀ ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ୫ ଜଣ ପୁଲିସ୍‌ କର୍ମଚାରୀ ଗତ ବୁଧବାର ଏକ ଗଞ୍ଜେଇ ବୋଝେଇ ଗାଡ଼ିକୁ ଧରିଥିଲେ। ମାତ୍ର ଗାଡ଼ିଟିକୁ ଛାଡ଼ି ଦେବାକୁ ମୁଲଚାଲ କରୁଥିଲେ। ଏପରିକି ଗାଡ଼ିରେ ଥିବା ବ୍ୟକ୍ତିଙ୍କୁ ଧରି ଟଙ୍କା ଉଠାଇବାକୁ ଏଟିଏମ୍‌କୁ ଯାଇଥିଲେ। ଖବର ପାଇ ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ଗଞ୍ଜେଇ ବୋଝେଇ ଗାଡ଼ିଟିକୁ ଜବତ କରିଥିଲେ। ଏହାପରେ ଗତକାଲି ମାଲକାନଗିରି ଏସ୍‌ପି ଏହି ୫ ପୁଲିସ୍‌ କର୍ମଚାରୀଙ୍କ ନିଲମ୍ବନ ଆଦେଶ ଦେଇଛନ୍ତି। ତେବେ ନିଲମ୍ବନ ପଛର କାରଣ କ’ଣ ସେ ସମ୍ପର୍କରେ ସରକାରୀ ଭାବରେ କୌଣସି ତଥ୍ୟ ଦିଆଯାଇନାହିଁ।

Related Posts