କିବ୍: ୩୧ତମ ସ୍ବାଧୀନତା ଦିବସ ପାଳନ କରିବ ୟୁକ୍ରେନ। ତେବେ ଏହି ଦିନ ଋଷ କିଛି ବଡ଼ ଧରଣର ଅଘଟଣ ଘଟାଇବା ନେଇ ଯୋଜନା କରୁଥିବା ଆଶଙ୍କା କରିଛନ୍ତି ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି । ଦେଶବାସୀଙ୍କୁ ସଜାଗ ରହିବାକୁ କହିଛନ୍ତି।
ସୂଚନାଯୋଗ୍ୟ, ୩୧ ବର୍ଷ ପୂର୍ବେ ଜେଲେନ୍ସ୍କି ସୋଭିଏତ୍ ଶାସନରୁ ମୁକ୍ତ ହୋଇ ସ୍ବାଧୀନ ରାଷ୍ଟ୍ରରେ ପରିଣତ ହୋଇଥିଲା। ରୁଷ୍ ବିଧିବଦ୍ଧ ଭାବେ ୟୁକ୍ରେନ୍ ଆକ୍ରମଣ କରିବାର ୬ ମାସ ପରେ ଚଳିତ ବର୍ଷର ସ୍ବାଧୀନତା ଦିବସ ପଡୁଛି।
ରାତିରେ ଜାରି କରିଥିବା ଭିଡିଓରେ ରାଷ୍ଟ୍ରପତି ଜେଲେନ୍ସ୍କି କହିଛନ୍ତି, ଆଗକୁ ଅଗଷ୍ଟ ୨୪ କାର୍ଯ୍ୟକ୍ରମ ଥିବା ବେଳେ ୟୁକ୍ରେନୀୟମାନେ ମସ୍କୋକୁ ହତାଶା ଓ ଆଶଙ୍କା ବିସ୍ତାର କରାଇ ଦେବେ ନାହିଁ। ରୁଷ୍ କିଛି ନା କିଛି ଭୟାବହ ଅଥବା ବିପଜ୍ଜନକ କାଣ୍ଡ କରିବାର ଆଶଙ୍କା ଥିବାରୁ ଚଳିତ ସପ୍ତାହରେ ଆମେ ସମସ୍ତେ ସତର୍କ ରହିବା ଉଚିତ।
ୟୁକ୍ରେନ୍ର ଦ୍ବିତୀୟ ବୃହତ୍ ନଗରୀ ଖାର୍କିଭ୍ରେ ବୁଧବାର ଦିନ ତମାମ କର୍ଫ୍ୟୁ ଜାରି କରାଯିବ ବୋଲି ଆଞ୍ଚଳିକ ରାଜ୍ୟପାଳ ଓଲେ୍ ସିନେବ୍ କହିଛନ୍ତି। ନିୟମିତ ରୁଷୀୟ ବୋମା ବର୍ଷଣ ଚାଲିଥିବା ଉକ୍ତ ନଗରୀରେ ସାଧାରଣତଃ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିଥାଏ।
ଟେଲିଗ୍ରାମ୍ ମେସେଜିଙ୍ଗ୍ ଆପ୍ରେ ସିନେହବ୍ ନଗରୀର ବାସିନ୍ଦାମାନଙ୍କ ପ୍ରତି ଲେଖିଛନ୍ତି, ସତର୍କ ସୂଚନାକୁ ଖାତିର କରି ଘରେ ରୁହନ୍ତୁ।
