ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସୋନିଆ ଗାନ୍ଧୀ ତାଙ୍କୁ କଂଗ୍ରେସ ଦଳର ଅଧ୍ୟକ୍ଷ ପଦବୀ ପାଇଁ ଅଫର୍ ଦେଇଥିବା କଥାକୁ ଆଜି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ, ଦଳର ପଦସ୍ଥ କର୍ତ୍ତୃପକ୍ଷମାନେ ତାଙ୍କ ଉପରେ କର୍ତ୍ତବ୍ୟ ନ୍ୟସ୍ତ କରିଛନ୍ତି। ରାଜସ୍ଥାନରେ ମୁଁ ମୁଖ୍ୟମନ୍ତ୍ରୀ ରୂପେ ସେ କର୍ତ୍ତବ୍ୟଗୁଡ଼ିକ ପ୍ରତି ସାଲିସ କରୁନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ଦଳର ଅଧ୍ୟକ୍ଷ ପଦବୀ ଯଚାଯିବା କଥା ମୁଁ ଗଣମାଧ୍ୟମରୁ ଶୁଣିଲି।ଏ ସଂକ୍ରାନ୍ତରେ ମୁଁ କିଛି ଜାଣିନାହିଁ। ମୋତ ଦିଆଯାଇଥିବା ଦାୟିତ୍ବ ନିର୍ବାହ କରୁଛି। ହାଇ କମାଣ୍ଡ୍ ମୋତେ କାମ ଦେଇଛନ୍ତି। ଆଗାମୀ ନିର୍ବାଚନ ନିମନ୍ତେ ମତେ ଗୁଜରାଟର ନିରୀକ୍ଷକ ଦାୟିତ୍ବ ଦିଆଯାଇଛି। କିନ୍ତୁ, ରାଜସ୍ଥାନ ପ୍ରତି ଥିବା ମୋ କର୍ତ୍ତବ୍ୟରେ ଊଣା କରୁନାହିଁ। ବାକି ଯାହା କଥା ଉଠିଛି, ସେ ସବୁ ମୁଁ ଗଣମାଧ୍ୟମରୁ ଶୁଣିବାକୁ ପାଉଛି।
ତେବେ ପୂର୍ବରୁ ଖବର ପ୍ରଘଟ ହୋଇଥିଲା କି, ସୋନିଆ ଗାନ୍ଧୀ ଅଶୋକ ଗେହଲଟ୍ଙ୍କୁ ସାକ୍ଷାତ୍ କରି ଦଳର ନେତୃତ୍ବ ପଦବୀ ଗ୍ରହଣ କରିବା ଲାଗି କହିଛନ୍ତି। ଅହମଦାବାଦ ଯିବା ଆଗରୁ ଗେହ୍ଲଟ୍ କେବଳ ୧୦ ଜନପଥରେ ଆୟୋଜିତ ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଯାଇଥିଲେ। ସେ ଦଳର ଅଧ୍ୟକ୍ଷ ହେବେ ବୋଲି ଆଲୋଚନା ହେଉଥିଲେ ମଧ୍ୟ, ଏପର୍ଯ୍ୟନ୍ତ କଂଗ୍ରେସ ଔପଚାରିକ ଭାବେ କିଛି ଘୋଷଣା କରିନାହିଁ। ତେବେ ଗାନ୍ଧୀ ପରିବାରର ବିଶ୍ବସ୍ତ ସହଯୋଗୀ ଏବଂ ବିପୁଳ ରାଜନୈତିକ ଅଭିଜ୍ଞତା ଥିବାରୁ ଗେହ୍ଲଟ୍ କଂଗ୍ରେସ ହାଇ କମାଣ୍ଡ୍ଙ୍କ ପ୍ରଥମ ପସନ୍ଦ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହାଛଡ଼ା, ଦଳର ନୂଆ ଓ ପୁରୁଣା କର୍ମୀମାନେ ତାଙ୍କୁ ଗ୍ରହଣ କରନ୍ତି।





