ରାଜ୍ୟର ଆଜି ୪ ଜିଲ୍ଲାରେ ପ୍ରବଳ ଗାଳିବ ବର୍ଷା: ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଆଜି ରାଜ୍ୟର ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ କିଛି ସ୍ଥାନରେ ଭାରି ବର୍ଷା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି ।

୧୧ ଜିଲ୍ଲାରେ ବୁଧବାର ପାଇଁ ୟେଲୋ ୱାର୍ଣ୍ଣିଂ ବି ଜାରି ହୋଇଛି । କେନ୍ଦୁଝର, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ସୋନପୁର, କଳାହାଣ୍ଡି, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବିସ୍ତୃତ ବର୍ଷା ନାହିଁ । କାଁ ଭାଁ କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ କାଁ ଭାଁ କିଛି ସ୍ଥାନରେ ବର୍ଷା ହୋଇଛି । ବାରିପଦାରେ ୪୨.୬ ମିଲିମିଟର ବର୍ଷା ହୋଇଛି । ସମ୍ବଲପୁରରେ ୪୦.୧, ନୟାଗଡ଼ରେ ୩୯.୬, ଭୁବନେଶ୍ୱରରେ ୬.୨ମିମି ବର୍ଷା ରେକର୍ଡ କରାଯାଇଛି । ଆଜି ସକାଳୁ ସନ୍ଧ୍ୟା ଭିତରେ ଭଦ୍ରକ, ବାରିପଦା ଓ କେନ୍ଦୁଝରରେ ସାମାନ୍ୟ ବର୍ଷା ହୋଇଛ ।

Related Posts