କଟକ : ଖୁସି ଖବର । ସୁସ୍ଥ ହେଲେ ପଦ୍ମଶ୍ରୀ କମଳା ପୂଜାରୀ । ଏ ନେଇ କମଳା ପୂଜାରୀଙ୍କୁ ଡାକ୍ତରଙ୍କ ତରଫରୁ ସୂଚନା ଦିଆଯାଇଛି । ସୋମବାର ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ ।
ଖବର ଅନୁଯାୟୀ, ଗତ ବୁଧବାର ଠାରୁ କଟକ SCB ରେ ରହି ଚିକିତ୍ସିତ ହେଉଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ । ଶାରୀରିକ ଅସୁସ୍ଥତା ଓ କିଡନୀ ସମସ୍ୟା ଯୋଗୁଁ ପ୍ରଥମେ ତାଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଥିଲା।
କମଳାଙ୍କ ଚିକିତ୍ସା ପାଇଁ କଟକ SCBରେ ୧୧ ଜଣିଆ ସ୍ବତନ୍ତ୍ର ଡାକ୍ତରୀ ଟିମ ନିୟୋଜିତ ହୋଇଛନ୍ତି। ଏବେ ପୂର୍ବ ଅପେକ୍ଷା ସୁସ୍ଥ ଅନୁଭବ କରୁଥିବା କହିଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ ଓ ତାଙ୍କ ସହଯୋଗୀ ମମତା ବେହେରା ।
