ଢେଙ୍କାନାଳ ଖଇରମୁଣ୍ଡା ଜଙ୍ଗଲରୁ ଏକ ହାତୀର ମୃତ ଦେହ ଉଦ୍ଧାର

କାମାକ୍ଷାନଗର : ପୁଣି ଆଖି ବୁଜିଲା ଆଉ ଏକ ହାତୀ । ଢେଙ୍କାନାଳ ଜିଲ୍ଲା ମହାବିରରୋଡ଼ ରେଞ୍ଜ ଖଇରମୁଣ୍ଡା ଜଙ୍ଗଲ ନିକଟରେ ଏକ ହାତୀର ମୃତ୍ୟୁ ହୋଇଛି । ମାଇ ହାତୀଟି ମରିଥିବା ବେଳେ ବୟସ ୪୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ବିଦ୍ୟୁତ ଆଘାତରୁ ମୃତ୍ୟୁ ହୋଇଥିବା ସନ୍ଦେହ। ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ।

ଖବର ଅନୁଯାୟୀ, ଖଇରମୁଣ୍ଡା ଜଙ୍ଗଲରେ ଏକ ହାତୀଟି ପଡ଼ିଥିବାର ସ୍ଥାନୀୟଲୋକେ ଦେଖିଥିଲେ । ଏହାପରେ ବନବିଭାଗକୁ ଖବର ଦିଆଯାଇଥିଲା । ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀଟିର ମୃତ୍ୟୁ ନେଇ ଛାନ୍‌ଭିନ୍‌ ଜାରି ରଖିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ଗତ କିଛି ଦିନ ହେଲା ଲଗାତାର ଭାବେ ହାତୀ ମୃତ୍ୟୁ କୁ ନେଇ ଖବର ଆସୁଛି । ଏବେ ରାଜ୍ୟ ସରକାର ଙ୍କ ପାଇଁ ହାତୀ ମୃତ୍ୟୁ ଏକ ବଡ଼ ସମସ୍ୟା ଭାବେ ଛିଡ଼ା ହୋଇଛି ।

Related Posts