ଜୀ ଗ୍ରୁପର ଚ୍ୟାନେଲରେ ଆଇସିସି ୱାର୍ଲଡ କପ୍ ଏବଂ ଚାମ୍ପିୟନ ଟ୍ରଫିର ହେବ ସିଧା ପ୍ରସାରଣ

ନୂଆଦିଲ୍ଲୀ: ଜୀ ଗ୍ରୁପ ଏବଂ ଡିଜନୀ ଷ୍ଟାର ସହ ଏକ ବୁଝାମଣା ସାକ୍ଷାର ହୋଇଛି । ଆଇସିସି ୱାର୍ଲଡ କପ୍ ଏବଂ ଚାମ୍ପିୟନ ଟ୍ରଫିର ସିଧା ପ୍ରସାରଣ ଏବେ ଜୀ ଗ୍ରୁପର ଚ୍ୟାନେଲରେ ହେବ । ଆଇସିସିର ମିଡିଆ ଅଧିକାର ଉପରେ ଏକ ଉପ-ଲାଇସେନସିଂ ଉପରେ ଜୀ ପକ୍ଷରୁ ହସ୍ତାକ୍ଷର କରାଯାଇଛି। ଏହି ବୁଝାମଣା ଅନୁସାରେ ଏବେ ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡ୍ ନିଜର ଚ୍ୟାନେଲ ଗୁଡିକରେ ପୁରୁଷ ଆଇସିସି ଟୁର୍ଣ୍ଣାମେଣ୍ଟ ଏବଂ ଆଇସିସି ଅଣ୍ଡର ୧୯ ମ୍ୟାଚର ପ୍ରସାରଣ କରିପାରିବ । ତେବେ ଡିଜନୀ ଷ୍ଟାର ନିଜ ପାଖରେ ଏହାର ଡିଜିଟାଲ ଅଧିକାର ରଖିବ।

ମଙ୍ଗଳବାର ହୋଇଥିବା ବୁଝାମଣା ଅନୁସାରେ, ଆଇସିସି ପୁରୁଷ ଟୁର୍ଣ୍ଣାମେଣ୍ଟ ସମୟରେ ମ୍ୟାଚର ଡିଜିଟାଲ ଷ୍ଟ୍ରିମିଂ ଡିଜନୀ ହଟଷ୍ଟାରରେ ହେବ। ଅନ୍ୟପଟେ ଟିଭିରେ ଜୀ ଗ୍ରୁପର ଚ୍ୟାନେଲରେ ଆଇସିସିର ମ୍ୟାଚ ପ୍ରସାରଣ କରାଯିବ । ଭାରତୀୟ ମିଡିଆ ଖେଳା ପ୍ରସାରଣ ଇତିହାସରେ ଏହା ଏହି ପ୍ରକାରର ପ୍ରଥମ ରଣନୈତିକ ଲାଇସେନ୍ସ ବୁଝାମଣା । ଦୁଇ ଗ୍ରୁପର ଏହି ବୁଝାମଣା ଅନୁସାରେ ଏହା ୨୦୨୪ରୁ ଆରମ୍ଭ ହୋଇ ଚାରି ବର୍ଷ ଅର୍ଥାତ ୨୦୨୭ ଯାଏଁ ଚାଲିବ।

ଡିଜନୀ ଏବଂ ଜୀ ଏକ ମିଳିତ ବୟାନ ଜାରି କହିଛନ୍ତି, ଏହା ଅନୁସାରେ, ଆଇସିସି ଏହି ବ୍ୟବସ୍ଥାକୁ ମଞ୍ଜୁରୀ ପ୍ରଦାନ କରିଛି । ବୟାନରେ କୁହାଯାଇଛି, ଏହି ବ୍ୟବସ୍ଥା ଜୀକୁ ପ୍ରତିଷ୍ଠିତ ଆଇସିସି ଟି-୨୦ ୱାର୍ଲଡ କପ (୨୦୨୪, ୨୦୨୬), ଆଇସିସି ଚାମ୍ପିୟନ ଟ୍ରଫି (୨୦୨୫) ଏବଂ ଆଇସିସି କ୍ରିକେଟ ୱାର୍ଲଡ କପ ସହିତ ଆଇସିସି ଟୁର୍ଣ୍ଣାମେଣ୍ଟ, ଆଇସିସି ଅଣ୍ଡର-୧୯ର ପ୍ରସାରଣ ସହ ଅନ୍ୟ ଟେଲିଭିଜନ ଅଧିକାର ଧାରକ ହେବାରେ ସକ୍ଷମ ରହିଛି ।

Related Posts