ରାଜ୍ୟରେ ଦୁର୍ବଳ ମୌସୁମୀ, ବଢୁଛି ତାତି: ୧୧ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ

ଭୁବନେଶ୍ୱର : ରାଜ୍ୟରେ ଏବେ ଦୁର୍ବଳ ରହିଛି ମୌସୁମୀ । ଫଳରେ ଦିନର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଆଗକୁ ଆହୁରି ଗରମ ସାଙ୍ଗକୁ ଗୁଳୁଗୁଳି ଜାରି ରହିବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ବୁଧବାର ରାଜ୍ୟର ୧୧ ସହରର ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି। ଭଦ୍ରକ ଜିଲା ଚାନ୍ଦବାଲିରେ ସର୍ବାଧିକ ୩୭.୨ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ସମ୍ବଲପୁରରେ ୩୬.୫ ଡିଗ୍ରୀ ଏବଂ ଅନୁଗୋଳରେ ୩୬.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Related Posts