ଶନିବାରଠାରୁ ପାରାଦୀପ ଗଣଦୁଷ୍କର୍ମର ଶିକାର ହୋଇଥିବା ଆଶାକର୍ମୀ ନିଖୋଜ

ପାରାଦୀପ : ପାରାଦୀପ ଗଣଦୁଷ୍କର୍ମ ପୀଡ଼ିତା ନିଖୋଜ । ଶନିବାରଠାରୁ ପତ୍ତା ମିଳୁନି ଆଶାକର୍ମୀଙ୍କ । ଏନେଇ ପୀଡ଼ିତାଙ୍କ ବାପା ଅଭିଯୋଗ କରିଛନ୍ତି । ୧୦ ଦିନ ତଳେ ଧର୍ଷଣର ଶିକାର ହୋଇଥିଲେ ଆଶାକର୍ମୀ । ଅଭିଯୋଗ ଆଧାରରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଆଜି ଟିଆଇ ପରେଡ ଥିବାରୁ ଅପହରଣ ହୋଇଥିବା ନେଇ ଅଭିଯୋଗ ।

ସୂଚନା ଥାଉକି, ପାରାଦୀପ ଆଶାକର୍ମୀ ଅପହରଣ ଓ ଦୁଷ୍କର୍ମ ଘଟଣାରେ ନୂଆମୋଡ ଦେଖିବାକୁ ମିଳିଛି । ଥାନାରେ ଆଶାକର୍ମୀଙ୍କ ଅଭିଯୋଗ ପରେ ପାରାଦୀପ ଆଦର୍ଶ ଥାନା ପୋଲିସ ତତ୍ପରତା ପ୍ରକାଶ କରି ଚାରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାର ଦିନ କେଇଟା ନ ପୂରୁଣୁ ଆଶାକର୍ମୀ ନିଖୋଜ ନେଇ ବାପା ଜଟାଧାର ମୁହାଣ ସାମୁଦ୍ରିକ ଥାନାରେ ଅଭିଯୋଗ ଆଣିଛନ୍ତି । ଯାହାକି ଘଟଣାରେ ନୂଆମୋଡ଼ ଦେଖାଦେଇଛି ।

ଅନ୍ୟ ପକ୍ଷରେ ଅପହରଣ ଓ ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ମାନଙ୍କୁ ଚିହ୍ନଟ ପ୍ରକ୍ରିୟା ପୂର୍ବରୁ ଆଶାକର୍ମୀ ଙ୍କ ନିଖୋଜ ଘଟଣା ଅଧିକ ଜଟିଳ ହୋଇପଡିଛି । ଗୋଟିଏ ପଟେ ପରିବାର ଲୋକେ ଝିଅ ଆଶାକର୍ମୀ ହୋଇଥିବାରୁ କିଛି ରୋଗୀ ଦେଖିବାକୁ ବସ୍ତିକୁ ଯାଇ ଜଲଦି ଘରକୁ ଫେରିଆସିବାକୁ କହି ବିଳମ୍ବ ହେବାପରେ ଘରଲୋକେ ମୋବାଇଲରେ ଯୋଗାଯୋଗ କରିଥିଲେ ମଧ୍ୟ ମୋବାଇଲ ରିସିଭ କରିନଥିଲେ ଆଶାକର୍ମୀ ।

ତେବେ କିଛି ସମୟ ପରେ ମୋବାଇଲ ସୁଇଚ ଅଫ ହୋଇଥିବା ନେଇ ଥାନାରେ ଅଭିଯୋଗ ଆଣିଥିଲେ ଆଶାକର୍ମୀ ଙ୍କ ବାପା ଯାହାକୁ ନେଇ ପୋଲିସର ମୁଣ୍ଡ ବିନ୍ଧା ର କାରଣ ପାଲଟିଛି l

Related Posts