ଚଣ୍ଡିଖୋଲ : ଧର୍ମଶାଳା ଥାନା ବାରବାଟି ପାଖ ଫୁଲାଡି ଗାଁରେ ଘଟିଛି ଅଘଟଣ । ଗଣେଷ ପୂଜା ଭଷାଣି ସମୟରେ ଏହି ଅଘଟଣ ଘଟିଛି। ଡିଜେ ବିଦ୍ୟୁତ ଆଘାତରେ ଜଣେ ମୃତ, ୩ ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ, ଗତ କାଲି ସନ୍ଧ୍ୟାରେ ସ୍ଥାନୀୟ ବେତଣ୍ଡା ଗାଁର ନ୍ୟୁ ଜେନେରେସନ କ୍ଲବର ଯୁବକମାନେ ଗଣେଶ ଭଷାଣି ଶୋଭାଯାତ୍ରାରେ ଯାଇଥିଲେ। ଏହି ସମୟରେ ବିଦ୍ୟୁତ ତାର ଡିଜେ ସଂସ୍ପର୍ଶରେ ଆସିଥିଲା। ଫଳରେ ସମୟରେ ସେଠାରେ ଥିବା ୩ ରୁ ୪ଜଣ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ।

ତୁରନ୍ତ ସେମାନଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୩ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ମୃତକ କୁଆଖିଆ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ଖବର ପାଇ ଧର୍ମଶାଳା ପୋଲିସ ପହଞ୍ଚି ଘଟଣାସ୍ଥଲରେ ପହଞ୍ଚି ତଦନ୍ତ କରୁଛି।