ପଶ୍ଚିମବଙ୍ଗ କୁଚବିହାରରେ ବଡ ଅଘଟଣ: କରେଣ୍ଟ ଲାଗି ୧୦ କାଉଡ଼ିଆଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ କୁଚବିହାରରେ ଘଟିଛି ଏକ ବଡ଼ ଦୁଃଖଦ ଘଟଣା । ଗତକାଲି( ରବିବାର ) ବିଳମ୍ବିତ ରାତ୍ରରେ ଏହି ଅଘଟଣ ଘଟିଛି। ଏକ ପିକଅପ୍ ଭ୍ୟାନ୍ କରେଣ୍ଟ ଲାଗି ଜଳିଯାଇଛି । ଫଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାକୁ ନେଇ ଶୋକର ଛାୟା ଖେଳି ଯାଇଛି ।

ତେବେ ପ୍ରାଣ ହରାଇଥିବା ସମସ୍ତେ କାଉଡିଆ ବୋଲି ଜଣାପଡିଛି । ଏହାସହ ଅଘଟଣରେ ଅନେକ ଗୁରୁତର ମଧ୍ୟ ହୋଇଛନ୍ତି । ରିପୋର୍ଟ ଅନୁସାରେ, ପିକଅପ୍ ଭ୍ୟାନରେ ୨୭ ଜଣ ଥିଲେ । ଏଥିରେ ଥିବା ଏକ ଡିଜେ ସିଷ୍ଟମର ଜେନେରେଟର ତାରରୁ ଭ୍ୟାନରେ ନିଆଁ ଲାଗିଯାଇଥିଲା ।

ତୁରନ୍ତ ନିଆଁ ସାରା ଭ୍ୟାନକୁ ବ୍ୟାପି ଯାଇଥିଲା । ଫଳରେ ୧୦ ଜଣ ପୋଡି ପ୍ରାଣ ହରାଇଥିଲେ । ଅନ୍ୟ ୧୭ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୧୬ ଜଣଙ୍କୁ ଜଲପାଇଗୁଡି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଏନେଇ ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ଶବକୁ ଜବତ କରିବା ସହ ଆହତ ମାନଙ୍କୁ ହସ୍ପିଟାଲ ରେ ଭର୍ତି କରାଇଛି।

Related Posts