ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବୁଧବାର ହରିଆଣାରୁ ‘ମେକ ଇଣ୍ଡିଆ ନମ୍ବର ୱାନ’ ଅଭିଯାନ ଆରମ୍ଭ କରିବେ। ଏହି ଅବସରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ମଧ୍ୟ ତାଙ୍କ ସହ ଉପସ୍ଥିତ ରହିବେ। ସେପ୍ଟେମ୍ବର ୭ରେ ହିସାରରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିବେ କେଜ୍ରିଓ୍ବାଲ।
ସାମ୍ବାଦିକ ସମ୍ମିଳନୀ ପରେ ଦଳର ଯୁବ ନେତାଙ୍କ ସହ ଉଭୟ କେଜ୍ରିୱାଲ ଓ ଭଗଓ୍ବନ୍ତ ମାନ ଅପରାହ୍ନ ୩ଟାରେ ଟାଉନହଲ୍ରେ ଏକ ବୈଠକରେ ଯୋଗଦେବେ। ଏହାପରେ ମାନ ଓ କେଜ୍ରିଓ୍ବାଲ ସନ୍ଧ୍ୟା ୫ଟାରେ ସୋନାଲୀ ଫୋଗାଟଙ୍କ ପରିବାରକୁ ଭେଟିବାକୁ ତାଙ୍କ ଘରକୁ ଯିବେ ବୋଲି ଜଣାପଡ଼ିଛି। ସେହିପରି ସେପ୍ଟେମ୍ବର ୮ରେ ଆମ ଆଦମୀ ପାର୍ଟି ପକ୍ଷରୁ ତ୍ରିରଙ୍ଗା ଯାତ୍ରା ବାହାର କରାଯିବ। ଉଭୟ ନେତା ଗୁରୁବାର ସକାଳ ୧୧ଟାରେ ଏହି ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବେ। ଏଥିସହ ଅପରାହ୍ନ ୧ଟାରେ ତ୍ରିରଙ୍ଗା ଯାତ୍ରା ଶେଷ ହେଉଥିବା ସ୍ଥାନରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଯାହାକୁ ଅରବିନ୍ଦ କେଜ୍ରିୱାଲ ଏବଂ ଭଗଓ୍ବନ୍ତ ମାନ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।
