ନେପାଳର ଅଧିନାୟକ ତଥା ଅଲରାଉଣ୍ଡର ସନ୍ଦୀପ ଲାମିଛାନେଙ୍କ ବିରୋଧରେ ଜଣେ ନାବାଳିକା ଆଣିଲେ ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ: ବିଶ୍ୱର ପ୍ରସିଦ୍ଧ ଟି -୨୦ ଲିଗ୍ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଥିବା ସ୍ପିନର ସନ୍ଦୀପ ଲାମିଛାନେଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ। ଯାହା ଏବେ ସମଗ୍ର କ୍ରୀଡ଼ା ଜଗତକୁ ସ୍ତବ୍ଧ କରିଛି। ନେପାଳର ଅଧିନାୟକ ତଥା ଅଲରାଉଣ୍ଡର ସନ୍ଦୀପ ଲାମିଛାନେ ଜଣେ ୧୭ ବର୍ଷର ନାବାଳିକାକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁରେ ଥାନାରେ ଏତଲା ମଧ୍ୟ ଦିଆଯାଇଛି।

ଏହି ଘଟଣାର ଅବଗତ ହୋଇ ପୋଲିସ ସନ୍ଦୀପଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି।

କାଠମାଣ୍ଡୁ ପୋଲିସ କରିଛନ୍ତି ଯେ, ନାବାଳିକାକୁ ବଳାତ୍କାର ଅଭିଯୋଗ ଆସିବା ପରେ ପୋଲିସ ତାଙ୍କୁ ସୁରକ୍ଷା ଯୋଗାଇ ଦେଇଛି। ଝିଅଟିର ଡାକ୍ତରୀ ମାଇନା କରାଯାଇଛି ଏବଂ ବର୍ତ୍ତମାନ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ରିପୋର୍ଟ ଅନୁଯାୟୀ, କାଠମାଣ୍ଡୁର ଏକ ହୋଟେଲ ରୁମରେ ପୀଡିତାଙ୍କୁ ବଳାତ୍କାର କରାଯାଇଥିଲା। ପୀଡିତା ଅନୁଯାୟୀ, ସେ ଗତ ମାସରେ ନାଗରକୋଟକୁ ଯାଇଥିଲେ, ଯେଉଁଠାରେ ସନ୍ଦୀପ ଲାମିଛାନେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହି ଘଟଣାର କିଛି ସମୟ ପରେ, ସନ୍ଦୀପ କେନିଆ ଗସ୍ତରେ ଥିଲେ ଏବଂ ପରେ ୱେଷ୍ଟଇଣ୍ଡିଜରେ ଖେଳାଯାଇଥିବା କାରବିଆନ୍ ପ୍ରିମିୟର ଲିଗର ଏକ ଅଂଶ ହୋଇଥିଲେ ।

ସୂଚନାଯୋଗ୍ୟ ଯେ ଯଦି ସନ୍ଦୀପ ଲାମିଛାନେଙ୍କ ବିରୋଧରେ ଏହି ଅଭିଯୋଗ ସତ୍ୟ ବୋଲି ପ୍ରମାଣିତ ହୁଏ, ତା’ହେଲେ ତାଙ୍କ କ୍ୟାରିଅର ଶେଷ ହୋଇ ଯାଇପାରେ। ସେ ବର୍ତ୍ତମାନ ଦୁନିଆର ସର୍ବୋତ୍ତମ ଲେଗ୍ ସ୍ପିନରମାନଙ୍କ ମଧ୍ୟରୁ ଜଣେ।

Related Posts