ସାତ ଦଫା ଦାବି ନେଇ ଅଭିଭାବକ ମହାସଂଘର ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆମରଣ ଅନଶନ

ଭୁବନେଶ୍ବର: ଧାରଣା ଦେଲେ ଅଭିଭାବକ ମହାସଂଘ । ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶଙ୍କ ବାସଭବନ ସମ୍ମୁଖରେ ଆମରଣ ଅନଶନ ଦେଇଛନ୍ତି । ସାତ ଦଫା ଦାବି ନେଇ ଅଭିଭାବକ ମହାସଂଘ ଅନଶନରେ ବସିଛି।

ଉପରୋକ୍ତ ସାତ ଦଫା ଦାବିଗୁଡ଼ିକ ହେଲା ସ୍କୁଲରେ ଯେଉଁ ସୁବିଧା ଯୋଗାଉଛନ୍ତି, ସେହି ଅନୁସାରେ ଫିସ ନିର୍ଧାରଣ କରାଯିବା, କରୋନା ପାଇଁ ସ୍କୁଲ ଫିସ ଛାଡ଼ ନିର୍ଦେଶର କାର୍ଯ୍ୟକାରିତା ନେଇ ସ୍କୁଲ ଅନୁଯାୟୀ ରିପୋର୍ଟ ଦାଖଲ କରାଯିବା, ଆଇନତଃ ସ୍କୁଲ ବ୍ୟାଗ ଓଜନ ଦେଢ଼ କେଜି ରୁ ୫ କେଜି ପଯ୍ୟନ୍ତ ଥିବା ନିୟମ ପାଳନ ଓ ସବୁ ସ୍କୁଲକୁ ଏନସିଇଆରଟି ବହିରେ ପାଠ ପଢାଇବା, ଶିକ୍ଷା ଅଧିକାର ଆଇନ ଅନୁଯାଇ ୨୫% ମାଗଣା ସିଟରେ ପୁଣିଥରେ ପୋର୍ଟାଲ ଖୋଲି ଆଡମିସନ କରାଯିବା, ବିନା ସ୍ୱୀକୃତିରେ ଚାଲୁଥିବା ବେଆଇନ ସ୍କୁଲ ବନ୍ଦ ସହ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ, ସର୍ବସାଧାରଣଙ୍କ ପଇସା ନେଇ ଶହ ଶହ କୋଟି ଟଙ୍କା କାରବାର କରୁଥିବାରୁ ପ୍ରାଇଭେଟ ସ୍କୁଲ ମାନଙ୍କର ସ୍ୱତନ୍ତ୍ର ଅଡିଟ କରାଯିବା ଓ ପ୍ରାଇଭେଟ ସ୍କୁଲରେ ଏକାଦଶ ଶ୍ରେଣୀରେ କ୍ଲାସ ପ୍ରମୋସନ ଆଧାରରେ ସେହି ସ୍କୁଲ ପିଲାଙ୍କୁ ସୁପ୍ରିମ କୋର୍ଟଙ୍କ ପରାମର୍ଶ ଅନୁଯାୟୀ ଆଡମିସନ କରାଯିବା ଆଦିl

Related Posts