ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଦୁଇ ମହିଳାଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼: ସରପଞ୍ଚ ସମ୍ପର୍କୀୟଙ୍କ ନାଁ ରେ ଅଭିଯୋଗ

ଭଦ୍ରକ : ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଅଭାବନୀୟ ଦୃଶ୍ୟ। ଦୁଇ ମହିଳାଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଗୁରୁତର ମହିଳାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ସରପଞ୍ଚଙ୍କ ସମ୍ପର୍କୀୟମାନେ ସେମାନଙ୍କୁ ଆକ୍ରମଣ କରିଥିବା ଗୁରୁତର ମହିଳାମାନେ ଅଭିଯୋଗ ଆଣିଛନ୍ତି।

ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନ ସାହାଡ଼ା ପଞ୍ଚାୟତ ଧର୍ମସରଣବିନ୍ଧା ଗାଁରେ ଏଭଳି ଘଟଣା ଘଟିଛି।

ସାହାଡ଼ା ପଞ୍ଚାୟତ ଧର୍ମସରଣବିନ୍ଧା ଗାଁର ନିରୂପମାଙ୍କ ଅଭିଯୋଗ ଅନୁସାରେ, କିଛି ବର୍ଷ ତଳେ ଜମି କ୍ରୟ କରି ସେମାନେ ସେଥିରେ ଚାଷ କରୁଥିଲେ । ପରେ ଏକ ମାଟି ଘର କରିଥିଲେ । ତେବେ ଗତ ୨୯ ତାରିଖ ଦିନ ସ୍ଥାନୀୟ ସରପଞ୍ଚଙ୍କ ସମ୍ପର୍କୀୟ, ତାଙ୍କ ପତ୍ନୀ ଓ ସେମାନଙ୍କ ସମର୍ଥକମାନେ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ନିରୂପମା ଓ ତାଙ୍କ ଭଉଣୀ ନମିତା ମହାନ୍ତିଙ୍କୁ ରକ୍ତାକ୍ତ କରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଏପରିକି ନିରୂପମାଙ୍କ ମାଟି ଘରକୁ ଭାଙ୍ଗି ଦେଇଥିଲେ। ଏନେଇ ନିରୂପମା ସାବରଙ୍ଗ ଥାନାରେ ଏତଲା ଦେଇଛନ୍ତି । ସେପଟେ ଏହି ଘଟଣା ପରେ ସରପଞ୍ଚଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Related Posts