ଆର୍ମି ହେଲିକପ୍ଟର ଦୁର୍ଘଟଣାରେ ପାଇଲଟ ମୃତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତ-ଚୀନ୍ ସୀମାରେ ଭାରତର ଶେଷ ପଏଣ୍ଟ ତାୱାଙ୍ଗ ନିକଟରେ ଭାରତୀୟ ସେନାର ଏକ ‘ଚିତା’ ହେଲିକପ୍ଟର ବୁଧବାର ଦିନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ଦୁଇ ପାଇଲଟଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ନିୟମିତ ଉଡାଣ ସମୟରେ ଆଜି ପ୍ରାୟ ଦିନ ୧୦ଟା ସମୟରେ ଅରୁଣାଚଳ ପ୍ରଦେଶର ତାୱାଙ୍ଗରେ ଏହି ଆର୍ମି ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛିl

ସେନା ଦ୍ଵାରା ଦିଆଯାଇଥିବା ସୂଚନା ଅନୁସାରେ, ‘ଚିତା’ ହେଲିକପ୍ଟରରେ ୨ ଜଣ ପାଇଲଟ୍ ଥିଲେ । ଦୁର୍ଘଟଣା ପରେ ଉଭୟ ପାଇଲଟଙ୍କୁ ଉଦ୍ଧାର କରାଯାଇ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା । କିନ୍ତୁ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ସୌରଭ ଯାଦବ ଗୁରୁତର ଆହତ ହୋଇଥିଲେ । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ କେଉଁ ପରିସ୍ଥିତିରେ ଏହି ‘ଚିତା’ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହେଲା ଜଣାପଡ଼ିନଥିବା ବେଳେ ହେଲିକପ୍ଟର ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯାଉଥିବା ସେନା ପକ୍ଷରୁ କୁହାଯାଇଛି ।

Related Posts