ଭାରତୀୟ ସେନାର ନୂଆ ଯୋଜନା; ସୀମାରେ ଶତ୍ରୁ ପକ୍ଷର ଡ୍ରୋନକୁ ଝାମ୍ପିନେବ ଚିଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶତ୍ରୁ ଦେଶକୁ ମୁକାବିଲା କରିବ ଭାରତୀୟ ଚିଲ । ଶତ୍ରୁ ପକ୍ଷର କୈାଣସି ଗୁଇନ୍ଦା ଡ୍ରୋନକୁ ଏଣିକି ଭାରତୀୟ ସୀମାରେ ମାଡି ବସିବ ଚିଲ। ଭାରତୀୟ ସେନା ଏମିତି କୌଶଳ ଆପଣାଇଛି । ଶତ୍ରୁର ଡ୍ରୋନକୁ ମୁକାବିଲା କରିବା ପାଇଁ ଚିଲମାନଙ୍କୁ ତାଲିମ ଦେଇଛି ଭାରତୀୟ ସେନା। ପ୍ରଶିକ୍ଷିତ ଚିଲ ଜରିଆରେ ଶତ୍ରୁର ମୁକାବିଲା ପାଇଁ ଭାରତୀୟ ସେନାର ନୂଆ ଯୋଜନା ।

ଭାରତୀୟ ସୀମାକୁ କୈାଣସି ଡ୍ରୋନ ପଶିଲେ ଆକ୍ରମଣ କରିବ ଚିଲ । ଆକ୍ରମଣ କରି ଶତ୍ରୁ ପକ୍ଷର ଡ୍ରୋନକୁ ଖସାଇଦେବ ଚିଲ । ପ୍ରଥମ ଥର ପାଇଁ ଏଭଳି ଅଭିନବ ଉପାୟ ଆପଣାଇବ ଭାରତୀୟ ସେନା । ଉତ୍ତରାଖଣ୍ଡ ଔଲିରେ ଚାଲିଥିବା ଯୁଦ୍ଧ ଅଭ୍ୟାସରେ ଏହାକୁ ପ୍ରଦର୍ଶନ କରାଯାଇଛି । ଉତ୍ତରାଖଣ୍ଡର ଔଲିରେ ଇଣ୍ଡୋ-ୟୁଏସ୍ ସମରାଭ୍ୟାସ ବେଳେ ଭାରତରେ ପ୍ରଥମ ଥର ପାଇଁ ଏଭଳି ପରୀକ୍ଷା କରାଯାଇଛି ।ଚିଲ ଶତ୍ରୁପକ୍ଷର ଡ୍ରୋନ୍କୁ ଟାର୍ଗେଟ କରି ଖସାଇବ । ତେବେ ପ୍ରଥମ ଥର ପାଇଁ ଏଭଳି ଉପାୟ ଆପଣାଇବ ଭାରତୀୟ ସେନା ।

Related Posts