ଅବସର ନେବେ ଫୁଟବଲ ତାରକା ଲିଓନେଲ୍ ମେସି, ୨୦୨୨ ଫିଫିା ବିଶ୍ବକପ୍‌ରେ ଖେଳିବେ ଶେଷ ମ୍ୟାଚ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଫୁଟ୍‌ବଲ୍ ଦୁନିଆର ମହାନ ଖେଳାଳି ତଥା ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ୍ ମେସି ଚଳିତ ବର୍ଷର ଫିଫିା ବିଶ୍ବକପ୍‌ ପରେ ଅବସର ନେବେ। କାତାର-୨୦୨୨ ବିଶ୍ବକପ୍‌ ମୋ ପାଇଁ ନିଶ୍ଚିତ ଶେଷ ବିଶ୍ବକପ୍‌ ବୋଲି ମେସି ବୋଲି ପ୍ରକାଶ କରିଛନ୍ତି। ମୁଁ ଗତବର୍ଷ ଯାହା କରିପାରିନଥିଲି ଏବର୍ଷ ଭଲ ଖେଳୁଛି। କିନ୍ତୁ ଏହା ନିଶ୍ଚିତ ଭାବେ ମୋର ଶେଷ ବିଶ୍ବକପ୍‌ ବୋଲି ୩୫ ବର୍ଷୀୟ ମେସି ପ୍ରକାଶ କରିଛନ୍ତି।୨୦୦୭ ମସିହାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ମେସି ଅଦ୍ୟାବଧି ମୋଟ ୧୬୪ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି।

ସୂଚାନା‌ଯୋଗ୍ୟ ଯେ, ୩୨ ଦେଶକୁ ନେଇ ଫିଫା ବିଶ୍ବକପ୍‌ ଚଳିତ ବର୍ଷ ନଭେମ୍ବର ୨୦ରୁ ଡିସେମ୍ବର ୧୮ ତାରିଖ ଯାଏଁ କାତାରର ୫ ସହର ୮ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ।

ତେବେ ମେସୀଙ୍କ ବିଶ୍ୱକପ ରେକର୍ଡ ଦେଖିଲେ, ସେ ୨୦୦୬ରୁ ୨୦୧୮ ମଧ୍ୟରେ ୧୯ଟି ମ୍ୟାଚ ଖେଳି ୬ଟି ଗୋଲ ଦେଇଛନ୍ତି । ବିଶ୍ୱକପରେ ତାଙ୍କ ଗୋଲ ହାର ପ୍ରତି ମ୍ୟାଚରେ ଶୂନ ଦଶମିକ ୩୨ ରହିଥିବା ବେଳେ ସାଧାରଣ ମ୍ୟାଚରେ ଗୋଲ ହାର ଶୂନ ଦଶମିକ ୫୩ ରହିଛି । ତେବେ ଆର୍ଜେଣ୍ଟିନା ଆସନ୍ତା ନଭେମ୍ବର ୨୦୨୨ରେ ଫିଫା ବିଶ୍ୱକପର ପ୍ରଥମ ମ୍ୟାଚ ସାଉଦି ଆରବି ସହ ଖେଳିବ ।

Related Posts