ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଳିଙ୍ଗ ଷ୍ଟାଡିୟମରେ ଜଟଣୀ ବିଧାୟକ ସୁର ରାଉତରାୟଙ୍କୁ ଦୁର୍ବ୍ୟବହାର। ସୁରକ୍ଷା କର୍ମୀ ବାହୁକୁ ଧରି ବାହାରକୁ ବାହାର କରି ଦେଇଥିବା ଅଭିଯୋଗ ଆଣିଛନ୍ତି ସୁର ରାଉତରାୟ। ୧୭ ବର୍ଷରୁ କମ୍ ଫୁଟବଲ୍ ବିଶ୍ୱକପ୍ ମ୍ୟାଚ୍ ଦେଖିବାକୁ ଯାଇଥିବା ବେଳେ ସୁରଙ୍କ ସହିତ ଏଭଳି ଘଟଣା ଘଟିଛି। ସରକାରୀ ପାସ୍ ଥିବା ସତ୍ୱେ ତାଙ୍କୁ ସୁରକ୍ଷାକର୍ମୀ ଷ୍ଟାଡିୟମକୁ ପୁରାଇ ଦେଇନଥିବା ସୂଚନା ମିଳିଛି।ସୁରଙ୍କୁ ଜଣେ ବିଦେଶି ସୁରକ୍ଷାକର୍ମୀ ଅପମାନିତ କରିଥିବା ସେ କହିଛନ୍ତି।

ତେବେ ଆଥଲେଟିକ ଆସୋସିଏନର ସଭାପତି ଭାବରେ ପାସ୍ ପାଇ ମ୍ୟାଚ ଦେଖିବାକୁ ସୁର ଯାଇଥିବା ବେଳେ, ପାସ୍ ଦ୍ୱାରା ଭିତରକୁ ଯାଇ ହେବନି ବୋଲି ସୁରକ୍ଷାକର୍ମୀ ରୋକଠୋକ୍ ମନା କରି ଦେଇଥିବା ସୁର କହିଛନ୍ତି। ଏପରିକି ତାଙ୍କ ବାହୁକୁ ଭିଡି ବାହାର କରି ଦେଇଥିବା ସେ ଅଭିଯୋଗ କରିଛନ୍ତି। ତେବେ ଏଭଳି ଅବ୍ୟବସ୍ଥା ପାଇଁ ବିଧାୟକ ସୁର ରାଉତରାୟ ସରକାରଙ୍କୁ ଦୟୀ କରିଛନ୍ତି। ଏହି ଦୁଭାଗ୍ୟଜନକ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମ୍ୟାନେଜମେଣ୍ଟ ଦାୟୀ ବୋଲି ସେ କହିଛନ୍ତି।

ସୂଚନା ଅନୁସାରେ ଯେତେବେଳେ ସୁର ରାଉତରାୟ ୩ନଂ ଗେଟ୍ ପାଖରେ ପହଞ୍ଚି ଭିତରକୁ ଯିବାକୁ ଚେଷ୍ଟା କରିଥିଲେ ସେଠାରେ ଥିବା ସୁରକ୍ଷାକର୍ମୀ ଏବଂ ପୋଲିସ ତାଙ୍କୁ ୮ନଂ ଗେଟ୍ ରେ ଭିଭିଆଇପି ମାନଙ୍କୁ ଯିବାର ବ୍ୟବସ୍ଥା ହୋଇଥିବା କହିଥିଲେ। ୩ନଂ ଗେଟ୍ ରେ କେବଳ ସାଧାରଣ ଦର୍ଶକଙ୍କୁ ଛାଡ଼ାଯାଉଛି। ତେବେ ଯେଉଁ ସମୟରେ ସୁର ରାଉତରାୟ ୮ନଂ ଗେଟ୍ ରେ ପ୍ରବେଶ କରିଥିଲେ ସେଠାରେ ଥିବା ସୁରକ୍ଷାକର୍ମୀ ତାଙ୍କ ପାସ୍ ଦେଖି ଭିତରକୁ ଛାଡି ନଥିଲେ। ଏହା ସହିତ ତାଙ୍କ ସହ ଦୁବ୍ୟବହାର କରିଥିବା ସେ କହିଛନ୍ତି।