ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡିଶା କ୍ରିକେଟ ଆସୋସିଏଶନ ଖାଲି ପଡିଥିବା ୬ଟି ପଦ ପାଇଁ ଅକ୍ଟୋବର ୨୮ରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପଦବୀଗୁଡିକ ହେଲା ସଭାପତି, ଉପ ସଭାପତି, ସେକ୍ରେଟାରୀ, ଜଂଏଟ ସେକ୍ରେଟାରୀ, କୋଷାଧ୍ୟକ୍ଷ ଓ ଓସିଏ ଆପେକ୍ସ କାଉନ୍ସିଲ ସଦସ୍ୟ । ତେବେ ଏନେଇ ଓସିଏ ଇଲେକ୍ଟୋରାଲ ଅଫିସରଙ୍କୁ ପକ୍ଷରୁ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁସାରେ ଅକ୍ଟୋବର ୨୧ ତାରିଖରେ ୧୦ଟା୩୦ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରିଯାଇ ପାରିବ । ପ୍ରାର୍ଥୀପତ୍ର ଗୁଡ଼ିକର ଯାଞ୍ଚ ପରେ ୨୨ ତାରିଖରେ ଚୂଡାନ୍ତ ପ୍ରାର୍ଥୀପତ୍ର ତାଲିକା ପ୍ରକାଶ ପାଇବ । ୨୩ ତାରିଖ ସକାଳ ୧୦ରୁ ଅପରାହ୍ନ ୧ଟା ମଧ୍ୟରେ ଆବେଦନକାରୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ଅକ୍ଟୋବର ୨୮ରେ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ଓ ସେହିଦିନ ଫଳାଫଳ ପ୍ରକାଶ ପାଇବ । ଓସିଏ କନଫେରେନ୍ସ ହଲରେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।