ନୂଆଦିଲ୍ଲୀ : ଗୋଆ ଯୁଦ୍ଧବିମାନ ମିଗ୍‌-୨୯ କ୍ରାସ୍‌ । କିନ୍ତୁ ସୌଭାଗ୍ୟବସତଃ ପାଇଲଟ ବଞ୍ଚିଯାଇଛନ୍ତି । ନିଜ ଉପସ୍ଥିତି ବୃଦ୍ଧି ପାଇଁ ଆଜି ତାଙ୍କ ଜୀବନ ବଞ୍ଚି ଯାଉଛି । କ୍ରାସ୍‌ ପୂର୍ବରୁ ସ୍ଥିତି ଦେଖି ପାଇଲଟ୍‌ ଏୟାରକ୍ରାଫ୍‌ଟରୁ ନିଜକୁ ଇଜେକ୍ଟ କରି ସମୁଦ୍ରକୁ ଡେଇଁପଡିଛନ୍ତି ।

ଖବର ଅନୁଯାୟୀ, ନୌସେନାର ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପେରସନ୍‌ ଜରିଆରେ ପାଇଲଟ ଏକ ବିମାନ ନେଇ ବାହାରିଥିଲେ । କିଛି ସମୟ ଧରି ପରିସ୍ଥିତି ଠିକ୍‌ ଥିଲା । କିନ୍ତୁ କିଛି ସମୟରେ ପରେ ହଠାତ୍‌ ମିଗ୍‌-୨୯ ବିମାନ୍‌ଟି କ୍ରାସ୍‌ ହୋଇଥିଲା । ଯାହାର ସୂଚନା ପାଇ ପାଇଲଟ ତୁରନ୍ତ ଟ୍ରାଫିକ୍‌ କଣ୍ଟ୍ରୋଲର ରୁମ୍‌କୁ ଜଣାଇଥିଲେ । ଏହାପରେ ପାଇଲଟ ଜଣକ ନିଜକୁ ବିମାନରୁ ଇଜେକ୍ଟ କରିଦେଇଥିଲେ । ଯାହାଫଳରେ ସେ ସମୁଦ୍ରକୁ ଡେଇଁପଡିଥିଲେ । ଏହାଦ୍ୱାରା ସେ ନିଜର ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି ।

ତେବେ ମିଗ୍‌-୨୯ ବିମାନରେ ଅଗ୍ନିକାଣ୍ଡ କିପରି ଲାଗିଲା । ଏହା ପଛର କାରଣ କଣ ? ତାହା ଏବେ ଯାଏଁ ଅସ୍ପଷ୍ଟ ହୋଇଛି । ବିମାନର ଭଗ୍ନାଂଶ ଏବଂ ପାଇଲଟଙ୍କ ତଥ୍ୟ ଆଧାରରେ ତଦନ୍ତ ହେବ ଏବଂ ପୁରା ତଥ୍ୟ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି ।