ଦକ୍ଷିଣ କୋରିଆ ବାୟୁସେନାର ୨ଟି ବିମାନ ଦୁର୍ଘଟଣାଗସ୍ତ | ଆକାଶରେ ପରସ୍ପର ସହିତ ଧକ୍କା ଖାଇବାରୁ ଏହି ଦୁର୍ଘଟଣା ଘଟିଛି | ଏହି ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଜଣେ ଆହତ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
ଜରୁରୀକାଳୀନ ସେବା ଅଧିକାରୀମାନେ କହିଛନ୍ତି, ପରସ୍ପର ସହିତ ଧକ୍କା ଖାଇବା ପରେ ‘କେଟି-୧ ଟ୍ରେନର୍’ ବିମାନ ଦୁଇଟି ସାସେଓନ୍ ନଗରୀର ଦକ୍ଷିଣପୂର୍ବ ପ୍ରାନ୍ତରେ ଥିବା ପର୍ବତ ଉପରେ ଖସି ପଡ଼ିଥିଛି।
ଅପରାହ୍ଣ ୧.୩୫ରେ ଘଟିଥିବା ଉପରୋକ୍ତ ଦୁର୍ଘଟଣାରେ ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଥିବା କଥା ନିଜ ନିଜର ପରିଚୟ ଗୋପନ ରଖି ସରକାରୀ ଅଧିକାରୀମାନେ କହିଛନ୍ତି।
ସେମାନେ ଆହୁରି ମଧ୍ୟ କହିଛନ୍ତି, ଘଟଣାସ୍ଥଳକୁ ୩ଟି ହେଲିକପ୍ଟର୍, ୨୦ଟି ଯାନ ଏବଂ ଅନେକ ଜରୁରୀକାଳୀନ ସେବାକର୍ମୀଙ୍କୁ ପଠାଯାଇଛି।
ବିମାନ ଧକ୍କା ହୋଇଥିବା କଥା ବାୟୁସେନା ସୁନିଶ୍ଚିତ କରିଥିଲେ ବି ବାୟୁସେନା ଜାରି କରିଥିବା ବିବୃତିରେ କହିଛି ଯେ, ସୂଚନା ମିଳିଥିବା ମୃତାହତଙ୍କ ବିଷୟରେ ସୁନିଶ୍ଚିତ ହେବାକୁ ଉଦ୍ୟମ ଚାଲିଛି। ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ପାଇଲଟ୍ମାନେ ବିମାନରୁ ବାହାରି ପଡ଼ିବାକୁ ଉଦ୍ୟମ କରିଥିଲେ କି, ନାହିଁ, ସେ ବିଷୟରେ ମଧ୍ୟ ସୁନିଶ୍ଚିତ ହେବାକୁ ପଡ଼ିବ।
ସୂଚନାଯୋଗ୍ୟ, ‘କେଟି-ଏୟାର୍କ୍ରାଫ୍ଟ୍’ରେ ଦୁଇଟି ସିଟ୍ ଥାଏ।