ଭୁବନେଶ୍ବର ( ସତ୍ୟପାଠ ବ୍ୟୁରୋ ): କୃଷ୍ଣପ୍ରସାଦ ବ୍ଲକର ଦ୍ୱୀପାଞ୍ଚାଳ ସେତୁ ମଞ୍ଚ ତରଫରୁ ଚିଲିକାରେ ସ୍ଥାୟୀ ସେତୁ ନିର୍ମାଣ ଦାବିରେ ଜହ୍ନିକୁଦା ଚିଲିକା କୂଳ ନିକଟରେ ଶତାଧିକ ଲୋକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ଚିଲିକା ସାତପଡ଼ା ଦେଇ କୃଷ୍ଣପ୍ରସାଦ ବ୍ଲକକୁ ସଂଯୋଗ କରୁଥିବା ଜହ୍ନିକୁଦା ଘାଟ ନିକଟକୁ ଦୀର୍ଘ ୫କିଲୋମିଟର ଚିଲିକାରେ ସ୍ଥାଇ ସେତୁ ନିର୍ମାଣ ଏବଂ କେନ୍ଦ୍ର ସରକାରଙ୍କ ଭାରତ ମାଳା ପ୍ରକଳ୍ପ ଯୋଜନାରେ ଗଞ୍ଜାମ ଗୋପାଳପୁରଠାରୁ ବାଲେଶ୍ୱରର ଦୀଘା ଉପକୂଳ ରାଜରାସ୍ତାରେ କୋଷ୍ଟଲ ହାଇୱେର କାର୍ଯ୍ୟକ୍ରମ ହେବାର ଥିଲା। କିନ୍ତୁ କୌଣସି କାରଣବଶତଃ ଏହାକୁ ବଦଳାଇ ଦିଆଗଲା । ଏହି ରାସ୍ତାଟିକୁ ଗଞ୍ଜାମଠାରୁ ଖୋର୍ଦ୍ଧା ଦେଇ ପୁରୀ ପର୍ଯ୍ୟନ୍ତ ମିଶାଇ ଦିଆଗଲା । ସରକାରଙ୍କର କୃଷ୍ଣପ୍ରସାଦ ବ୍ଲକ ପ୍ରତି ଅବହେଳା ମନୋଭାବ ଦେଖିଥିଲେ ସ୍ଥାନୀୟ ଲୋକେ । ସେହିଦିନଠାରୁ କୃଷ୍ଣପ୍ରସାଦ ବ୍ଲକର ଅନେକ ସଂଗଠନ ନେତା ଏବଂ ସରକାରୀ ବାବୁମାନଙ୍କ ପାଖକୁ ଧାଇଁ ଧାଇଁ କିପରି ଚିଲିକାରେସ୍ଥାୟୀ ସେତୁ ନିର୍ମାଣ ହେବ ସେ ଦାବି ଜଣାଇଥିଲେ । ଆଜି ପର୍ଯ୍ୟନ୍ତ ତାହାରି କୋୖଣସି ଫଳପ୍ରଦ ହେଲାନାହିଁ ।
ଚିଲିକାର ଜହ୍ନିକୁଦା ସାତପଡ଼ାରେ କିପରି ସ୍ଥାୟୀ ସେତୁ ନିର୍ମାଣ ହେବ ସେହି ଦାବିରେ ଚିଲିକା କୂଳରେ ଶହଶହ ଲୋକମାନଙ୍କୁ ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ଦ୍ୱୀପାଞ୍ଚଳ ସେତୁ ମଞ୍ଚ । ମହିଳାମାନେ ଚିଲିକା ପାଣିରେ ପଶି ପ୍ରତିବାଦ କରିଛନ୍ତି । ଦାବି ପୂରଣ ନହେଲେ ଚିଲିକାର ଅକାତକାତ ପାଣିରେ ଆନ୍ଦୋଳନକୁ ଜାରି ରଖିବୁ ବୋଲି କହିଛନ୍ତି ।
