କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିମଳା ପଂଚାୟତ ଅନ୍ତର୍ଗତ ଟାଙ୍ଗିରୀ ଗାଁରେ ଘଟିଛି ଏକ ବଡ଼ ଅଘଟଣ । ବିଦ୍ୟୁତ୍ ଆଘାତରେ ଆଖି ବୁଜିଛନ୍ତୀ ୩ ଜଣ ମହିଳା । ମୃତକମାନେ ହେଲେ ଟାଙ୍ଗିରୀ ଜୁଆଙ୍ଗ ସାହିର । ସମସ୍ତେ ଛେଳି ଚରାଇବାକୁ ଯାଇଥିଲେ । ହେଲେ ଗାଁ ମୁଣ୍ଡ ହୁଳିସାହି ନିକଟସ୍ଥ କେନ୍ଦୁପତ୍ର ଫଡି ଘର ନାଳରେ ଏକ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଥିଲା ।

ଏହି ତାର ସଂସ୍ପର୍ଶରେ ଛେଳିଟିଏ ଆସିବାରୁ ଚିତ୍କାର କରିଥିଲା । ପରେ ଉଦ୍ଧାର ପାଇଁ ଜଣେ ପରେ ଜଣେ ମହିଳା ଯାଇ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ । ପରେ ମୃତ୍ୟୁ ବରଣ କରିଛନ୍ତି ।

ସେପଟେ ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ପୁଲିସ ଘଟଣାସ୍ଥଳରେ ପହଂଚି ଅଘଟଣର ତଦନ୍ତ କରିଛି । ମୃତ ଦେହ ଜବତ କରିଛି ।