ଉତ୍ତରପ୍ରଦେଶ ଲକ୍ଷ୍ନୌ ଏକ୍ସପ୍ରେସ୍ ୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଡମ୍ପର୍‌କୁ ଧକ୍କା ଦେଲା ବସ୍, ୪ ମୃତ, ୪୫ ଆହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌ ଏକ୍ସପ୍ରେସ୍ ୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଡମ୍ପର୍‌କୁ ଧକ୍କା ଦେଇଛି ବସ୍। ଫଳରେ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ୪୫ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ୍ ଉତ୍ତରପ୍ରଦେଶର ଗୋରଖପୁରରୁ ରାଜସ୍ଥାନ ଅଜମେର୍ ଯାଉଥିଲା।

ଏତିକି ବେଳେ ଏକ ବାଲି ଭର୍ତ୍ତି ଡମ୍ପର୍ ସହ ଧକ୍କା ହୋଇଥିଲା। ଫଳରେ ବସ୍‌ଟି ସାମ୍ନା ପୁଟୁ ଖଣ୍ଡବିଖଣ୍ଡିତ ହୋଇଯାଇଛି। ଏଥିସହ ଘଟଣାସ୍ଥଳରେ ହିଁ ଡ୍ରାଇଭର୍‌ଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଦ୍ରୁତ ଗତିରେ ଆସୁଥିବାରୁ ବସ୍ ଡ୍ରାଇଭର୍ ନିୟନ୍ତ୍ରଣ ହରାଇ ଡମ୍ପର୍‌କୁ ଧକ୍କା ଦେଇଥିବା କୁହାଯାଉଛି।

ଆହତଙ୍କୁ ଉଦ୍ଧାର କରି ସେଫଇର ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉକ୍ତ ଦୁର୍ଘଟଣାଗ୍ରସ୍ତ ବସ୍‌ରେ ମୋଟ ୫୦ ଜଣ ଯାତ୍ରୀ ଥିଲେ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Related Posts