ଟି ୨୦ ବିଶ୍ୱକପ: ଆଫଗାନିସ୍ତାନ-ଆୟର୍ଲାଣ୍ଡ ମ୍ୟାଚ୍ ବାତିଲ

ମେଲବୋର୍ଣ୍ଣ: ଆରମ୍ଭ ହୋଇଯାଇଥିବା ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଏବେ ବାଧକ ସାଜିଛି ବର୍ଷା । ସୁପର ୧୨ର ଏକ ମୁକାବିଲାରେ ଆଫଗାନିସ୍ତାନ-ଆୟର୍ଲାଣ୍ଡ ପରସ୍ପରକୁ ଭେଟିଥାନ୍ତେ । ତେବେ ଏହି ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି ।

ଫଳରେ ଉଭୟ ଦଳ ନିୟମ ଅନୁସାରେ ଗୋଟିଏ ଲେଖାଁଏ ପଂଏଟ ହାସଲ କରିଛନ୍ତି । ଆଫଗାନିସ୍ତାନ ୩ଟି ମ୍ୟାଚରୁ ଗୋଟିକରେ ହାରିଥିବା ବେଳେ ବାକି ୨ଟି ବାତିଲ ହୋଇଛି ।

ଫଳରେ ଦଳ ୨ ପଂଏଟ ହାସଲ କରିଛି ।

ସେହିପରି ଆୟର୍ଲାଣ୍ଡ ୩ଟି ମ୍ୟାଚରୁ ୩ ପଂଏଟ ହାସଲ କରିଛି । ଦଳ ଗୋଟିକରେ ହାରିଥିବା ବେଳେ ଆଉ ଏକ ମ୍ୟାଚରେ ବିଜୟୀ ହୋଇଛି । ଆଜିର ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ବାତିଲ ହୋଇଛି । ପ୍ରବଳ ବର୍ଷା ଯୋଗୁ ଟସ ପକାଯିବା ମଧ୍ୟ ସମ୍ଭବପର ହୋଇ ନ ଥିଲା । ମେଲବୋର୍ଣ୍ଣରେ ଏବେ କ୍ରମାଗତ ବର୍ଷା ଲାଗି ରହିଛି ।

Related Posts