ଖେଲୋ ଇଣ୍ଡିଆ ନ୍ୟାଶନାଲ ର‌୍ୟାଙ୍କିଙ୍ଗ ମହିଳା ବିଭାଗରେ ରୌପ୍ୟ ପଦକ ହାସଲ କଲେ ଜ୍ୟୋତ୍ସ୍ନା ସବର

ଭୁବନେଶ୍ୱର: ଖେଲୋ ଇଣ୍ଡିଆ ନ୍ୟାଶନାଲ ର‌୍ୟାଙ୍କିଙ୍ଗ ମହିଳା ବିଭାଗରେ ଚମକିଲେ ଓଡ଼ିଆ ଝିଅ । ଓଡିଶାର ଉଦୀୟମାନ ୱେଟଲିଫ୍ଟର ଜ୍ୟୋତ୍ସ୍ନା ସବର ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି ।

ଉତରପ୍ରଦେଶର ମୋଦିନଗରରେ ଅନୁଷ୍ଠିତ ଏହି ଚାମ୍ପିୟନଶିପର ଫେଜ୨ ମୁକାବିଲାରେ ଜ୍ୟୋତ୍ସ୍ନା ରୌପ୍ୟ ପଦକ ହାସଲ କରିଛନ୍ତି । ୪୦ କିଗ୍ରା ବିଭାଗରେ ସେ ମୋଟ ୧୧୮ କେଜି ଭାର ଉଠାଇଥିଲେ ।

ଭୁବନେଶ୍ୱର ଟେନଭିକ ସ୍ପୋର୍ଟ୍ସ ହାଇ ପରଫର୍ମାନ୍ସ ସେଂଟରେରେ ସେ ପ୍ରଶିକ୍ଷଣ ନେଉଛନ୍ତି । ପୂର୍ବରୁ ହିମାଚଳ ପ୍ରଦେଶରେ ଅନୁଷ୍ଠିତ ଜାତୀୟ ର‌୍ୟାଙ୍କିଙ୍ଗ ମିଟରେ ମଧ୍ୟ ସେ ରୌପ୍ୟ ପଦକ ଜିତିଥିଲେ । ଏଥିରେ ସେ ମୋଟ ୧୦୮ କେଜିର ଭାର ଉଠାଇଥିଲେ ।

Related Posts